ଜାନୁଆରୀ 15 ତାରିଖ ସୁଦ୍ଧା ମତାମତ ଦେବାକୁ ଡେଡ୍ଲାଇନ

ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ବଢ଼ୁଛି ଚର୍ଚ୍ଚା । ୟା ଭିତରେ ସାଧାରଣ ଲୋକଙ୍କଠୁ ରାୟ ମାଗିଛନ୍ତି କମିଟି । ଦେଶରେ ଏକାସଙ୍ଗେ ନିର୍ବାଚନ କରାଇବାକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିତ କମିଟି ଲୋକଙ୍କ ରାୟ ମାଗିଛନ୍ତି । କମିଟି ପକ୍ଷରୁ ଏଥିଲାଗି ପବ୍ଲିକ ନୋଟିସ ଜାରି କରାଯାଇଛି । ଜାନୁଆରୀ 15 ତାରିଖ ସୁଦ୍ଧା ମତାମତ ଦେବାକୁ ଡେଡଲାଇନ ରଖାଯାଇଛି । ସେପଟେ ୱାନ୍ ନେସନ ୱାନ୍ ଇଲେକ୍ସନକୁ ସ୍ବାଗତ କରିଛନ୍ତି ଲୋକେ ।
ଏହା କେବଳ ରାଜ୍ୟ ନୁହେଁ ସାରା ଦେଶରେ ଲାଗୁ କରିବା କଥା । ସାଧାରଣ ଲୋକଙ୍କୁଠାରୁ ମିଳିଥିବା ପରାମର୍ଶକୁ ବିଚାର ବିମର୍ଶ ଲାଗି କମିଟି ନିକଟରେ ରଖାଯିବ । ଏଥିଲାଗି ଏକ ୱେବସାଇଟ ଜାରି କରାଯାଇଛି । ଦେଶର ଯେ କୌଣସି ଲୋକ onoe.gov.inରେ ନିଜର ମତ ପୋଷ୍ଟ କରିପାରିବେ । sc-hlc@gov.in ରେ ଇମେଲ ମଧ୍ୟ କରିପାରିବେ । ସେପଟେ ଗୋଟିଏ ନିର୍ବାଚନ ହେଲେ ନିର୍ବାଚନରେ ଖର୍ଚ୍ଚ ହ୍ରାସ ପାଇବ । ସରକାରୀ ତହବିଲ ଉପରେ କୌଣସି ଅତିରିକ୍ତ ବୋଝ ରହିବ ନାହିଁ । ବାରମ୍ବାର ନିର୍ବାଚନ ହେତୁ ବିକାଶର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଗଠିକ କମିଟି ଏପର୍ଯ୍ୟନ୍ତ ୨ଟି ଗୁରୁତ୍ବପୂର୍ଣ୍ଣ ବୈଠକ କରିସାରିଲେଣି । ଯେଉଁଥିରେ ଗୋଟିଏ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଉପରେ ହେଉଛି ଆଲୋଚନା ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨
