ସମ୍ବିଧାନକୁ କରାଯାଇଥିଲା ହତ୍ୟା, ଲୋକଙ୍କ ମୌଳିକ ଅଧିକାର ବି ଛଡ଼ାଇ ନେଇଥିଲେ...

Key Points
ସାଧାରଣ ନାଗରିକଙ୍କୁ ମୁକ୍ତ ଭାଷଣ, ବାକ ସ୍ୱାଧୀନତା ଓ ଅବିବ୍ୟକ୍ତି ଉପରେ ରୋକ ଲାଗିଥିଲା ।
ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସ୍ୱର ଉଠାଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ସଲାମ ଜଣାଇଛନ୍ତି ।
ଭାରତୀୟ ଗଣତନ୍ତ୍ରର ସବୁଠାରୁ କଳା ଦିବସକୁ ୫୦ବର୍ଷ ପୁରିଛି । ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ସହ ସମ୍ବିଧାନକୁ ଅଣଦେଖା କରାଯାଇଥିଲା । ଲୋକଙ୍କ ମୌଳିକ ଅଧିକାରକୁ ବାତିଲ କରାଯାଇଥିଲା । ଗଣମାଧ୍ୟମର ସ୍ବାଧୀନତାକୁ କଣ୍ଠରୋଧ କରାଯାଇଥିଲା । ଶହ ଶହ ରାଜନେତା, ସାମାଜିକ କର୍ମୀ, ବିଦ୍ୟାର୍ଥୀ ଓ ସାଧାରଣ ନାଗରିକଙ୍କୁ ଜେଲରେ ରଖାଯାଇଥିଲା ।
ଏଭଳି କଳଙ୍କିତ ଅଧ୍ୟାୟକୁ ଲୋକଲୋଚନକୁ ଆଣିବା ପାଇଁ ସାରା ଦେଶରେ ଆଜି ସମ୍ବିଧାନ ହତ୍ୟା ଦିବସ ପାଳି ହେଉଥିବା ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ସେତେବେଳେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସ୍ୱର ଉଠାଇଥିବା ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ସଲାମ ଜଣାଇଛନ୍ତି । ଗଣତନ୍ତ୍ରର ରକ୍ଷା ପାଇ ବିଭିନ୍ନ ବର୍ଗର ଲୋକ ଏକାଠି ହୋଇ ସ୍ବର ଉଠାଇଥିଲେ । େସମାନଙ୍କ ମିଳିତ ଉଦ୍ୟମ ଯୋଗୁଁ କଂଗ୍ରେସ ଗଣତାନ୍ତ୍ରିକ ବ୍ୟବସ୍ଥା ଲାଗୁ ସହ ନିର୍ବାଚନ କରିବାକୁ ବାଧ୍ୟ ହୋଇଥିଲା । ଆଉ ସେହି ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ହୋଇଥିଲା । ବିକଶିତ ଭାରତ ଗଠନ ସହ ସମ୍ବିଧାନକୁ ସଶକ୍ତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ।
📱 Get Argus News App
✨ତେବେ ଜରୁରୀକାଳିନ ସ୍ଥିତି ସମୟରେ ସାଧାରଣ ଲୋକଙ୍କ କଣ୍ଠରୋଧ କରାଯାଇଥିଲା । ୨୭ ଜୁନ ୧୯୭୫ରେ ଧାରା ୩୫୮ ଓ ଧାରା ୩୫୯ ଲାଗୁ କରାଯାଇଥିଲା । ଧାରା ୩୫୮ ଅନୁଯାୟୀ, ଧାରା ୧୯ରେ ଥିବା ସାଧାରଣ ସୁରକ୍ଷା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସାଧାରଣ ନାଗରିକଙ୍କୁ ମୁକ୍ତ ଭାଷଣ, ବାକ ସ୍ୱାଧୀନତା ଓ ଅବିବ୍ୟକ୍ତି ଉପରେ ରୋକ ଲାଗିଥିଲା ।
ସେହିପରି ଧାରା ୩୫୯ ଅନୁଯାୟୀ, ଧାରା ୧୪,୨୧ ଓ ୨୨ରେ ଥିବା ମୌଳିକ ଅଧିକାର ଯେପରିକି ବ୍ୟକ୍ତିଗତ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସାଧାରଣ ଲୋକମାନେ ଆଶ୍ୱସ୍ତି ପାଇଁ କୋର୍ଟ ମଧ୍ୟ ଯାଇ ପାରିଲେ ନାହିଁ । ୨୬ ଜୁନ ୧୯୭୫ରେ ଖବରକାଗଜ ଉପରେ ସେନ୍ସରସିପ୍ ଲଗା ଯାଇଥିଲା । ଖବରକାଗଜରେ ସ୍ତମ୍ଭ ଓ ଖବର ଛାପିବା ପୂର୍ବରୁ ସମ୍ପାଦକମାନଙ୍କୁ ସରକାରଙ୍କ ଅନୁମତି ଲୋଡିବାକୁ ପଡିଥିଲା । ୨୦ ଜୁଲାଇ ୧୯୭୫ରେ ଚଳଚ୍ଚିତ୍ର ଉପରେ ନଜର ରଖିବା ପାଇଁ ବୋର୍ଡ ଅଫ ଫିଲ୍ମ ସେନ୍ସରକୁ ପୁନର୍ଗଠିତ କରାଯାଇଥିଲା । ୧ ଫେବୃଆରୀ ୧୯୭୬ରେ ଭାରତର ଚାରିଟି ମୁଖ୍ୟ ନ୍ୟୁଜ ଏଜେନ୍ସି ପିଟିଆଇ, ୟୁଏନଆଇ, ସମାଚାର ଭାରତୀ ଏବଂ ହିନ୍ଦୁସ୍ତାନ ସମାଚାରକୁ ଏକକ ସଂସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ପ୍ରେସ କାଉନସିଲ୍ ଅଫ ଇଣ୍ଡିଆକୁ ଉଚ୍ଛେଦ କରାଯାଇଥିଲା ।
୧୯୭୭ ମସିହା ମାର୍ଚ୍ଚ ୧୬ରୁ ୨୦ ମଧ୍ୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ୨୧ ମାର୍ଚ୍ଚ ୧୯୭୭ରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ ଦିଆଯାଇଥିଲା । ନିର୍ବାଚନରେ କଂଗ୍ରେସ ପରାଜୟ ହେବା ପରେ ଭାରତୀୟ ଜନତା ପାର୍ଟି ୨୪ ମାର୍ଚ୍ଚ ୧୯୭୭ରେ ସରକାର ଗଠନ କରିଥିଲା । ଏହା ପରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ଅପବ୍ୟବହାର ଓ ସାଧାରଣ ନାଗରିକଙ୍କୁ ନିର୍ଯାତନାର ସମୀକ୍ଷା କରିବା ପାଇଁ ମେ ୧୯୭୭ରେ ଶାହ କମିଶନ ଗଠନ କରାଯାଇଥିଲା ।