Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୋଏଡା ସେକ୍ଟରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

Ritu Das
Browse all articles by Ritu Das
·1 year ago·1 min read
ନୋଏଡା ସେକ୍ଟରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଅର୍ଗସ ବ୍ୟୁରୋ: ଶ୍ରୀ ଜଗନ୍ନାଥ ସମିତି ପକ୍ଷରୁ ନିର୍ମାଣ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ ଏନସିଆର ନୋଏଡା ସେକ୍ଟର ୧୨୧ ରେ ନିର୍ମାଣ ହେଉଥିବା ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆଗାମୀ ବସନ୍ତ ପଞ୍ଚମୀ ଫେବୃୟାରୀ ୨ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। 

ଜାନୁୟାରୀ ୨୯ ରୁ ୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ହେଉଥିବା ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପୁରୀ ମୁକ୍ତି ମଣ୍ଡପରୁ ପଣ୍ଡିତ ମାନେ ଆସିବେ ବୋଲି ସୁଚନା ଦେଇଛନ୍ତି ମନ୍ଦିର ସମ୍ପାଦକ ମନୋରଞ୍ଜନ ମହାନ୍ତି। ପ୍ରାଣ  ପ୍ରତିଷ୍ଠା ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଯୋଗ ଦେଇ ପାରନ୍ତି। ଏହାସହ ୟୁପି ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ,  ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ, ୟୁପି ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ସ୍ଥାନୀୟ  ସାଂସଦ ମହେଶ ଶର୍ମା, ବିଧାୟକ ପଙ୍କଜ  ସିଂ ପ୍ରମୁଖ  ଯୋଗ ଦେବେ। ମଥୁରା, ବୃନ୍ଦାବନ, ଅଯୋଧ୍ୟା, ହରିଦ୍ଵାରରୁ ୨୫ ଜଣ ପଣ୍ଡିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୁଚନା ଦେଇଛନ୍ତି ଉପ ସଭାପତି ପ୍ରମୋଦ ଭଳ।

ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଆ କାରିଗର ମାନେ ପ୍ରାଣ ପ୍ରତିଷ୍ଠା ଉତ୍ସବ ନେଇ ଖୁସିବ୍ୟକ୍ତ କରିଛନ୍ତି । ଏ ନେଇ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ରେ ମନ୍ଦିର ର ଯୁଗ୍ମ ସମ୍ପାଦକ ଧନେଶ୍ଵର ନାୟକ, ନିଗମ ମହାନ୍ତି, ରବୀନ୍ଦ୍ର ନାଏକ, ଭରତ ପ୍ରଧାନ, କିଶୋର ପରିଡ଼ା , ଦିଲ୍ଲୀପ ସ୍ୱାଇଁ, ଦେବୁ ମିଶ୍ର, ପ୍ରଶାନ୍ତ ଖିଲାର, ସୁବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
The construction | Argus News