Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୦୨୫ ଜାନୁୟାରୀ ୨୨ ତାରିଖ ପୂର୍ବରୁ ସମ୍ପୂର୍ଣ୍ଣ ହେବ ଅଯୋଧ୍ୟା ରାମମନ୍ଦିର ନିର୍ମାଣ କାମ

National

୨୦୨୫ ଜାନୁୟାରୀ ୨୨ ତାରିଖ ପୂର୍ବରୁ ସମ୍ପୂର୍ଣ୍ଣ ହେବ ଅଯୋଧ୍ୟା ରାମମନ୍ଦିର ନିର୍ମାଣ କାମ

Ritu Das
Browse all articles by Ritu Das
·2 years ago·2 min read
୨୦୨୫ ଜାନୁୟାରୀ ୨୨ ତାରିଖ ପୂର୍ବରୁ ସମ୍ପୂର୍ଣ୍ଣ ହେବ ଅଯୋଧ୍ୟା ରାମମନ୍ଦିର ନିର୍ମାଣ କାମ

ଅର୍ଗସ ବ୍ୟୁରୋ: ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର  ଟ୍ରଷ୍ଟ ଗୁରୁବାର କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ। ଅଧିକାରୀମାନେ କହିଛନ୍ତି ଯେ ଜାନୁଆରୀ 22 ରେ ରାମଲାଲାଙ୍କ ପ୍ରତିମା ସମର୍ପିତ ହେବା ପରଠାରୁ ପାଖାପାଖି 75 ଲକ୍ଷ ଭକ୍ତ ମନ୍ଦିର ପରିଦର୍ଶନ କରିଛନ୍ତି। ତିନି ମହଲା ମନ୍ଦିର କୋଠାର ଅବଶିଷ୍ଟ ଦୁଇ ମହଲା ନିର୍ମାଣକୁ ଶୀଘ୍ର ତ୍ୱରାନ୍ୱିତ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ମନ୍ଦିରର ତଳ ମହଲା ଗତ ବର୍ଷ ଡିସେମ୍ବରରେ ନିର୍ମିତ ହୋଇଥିଲା।

ଅନିଲ ମିଶ୍ର ଆଉ କହିଛନ୍ତି ଯେ ନିକଟରେ ମନ୍ଦିର ନିର୍ମାଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ ମନ୍ଦିରର ଗର୍ଭଗୃହ ଭୂ-ତଳରେ କରାଯିବ ଏବଂ ରାମଙ୍କ ପ୍ରତିମୂର୍ତ୍ତି ପ୍ରଥମ ମହଲାରେ ରଖାଯିବ। ମନ୍ଦିର ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି ମନ୍ଦିରର ଶିଖର ନିର୍ମାଣ ଦ୍ରୁତ ଗତିରେ ଚାଲିଥିବାବେଳେ ଶିଖର 300 ଦିନ ମଧ୍ୟରେ ଶେଷ ହେବ। ଏହି ମନ୍ଦିରରେ ସମୁଦାୟ ପାଞ୍ଚଟି ଶିଖର ରହିବ, ସେଥିମଧ୍ୟରୁ ତିନୋଟି ଶିଖର ଉତ୍ସର୍ଗୀକୃତ ସମାରୋହ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା। ମିଶ୍ର କହିଛନ୍ତି ଯେ ମୁଖ୍ୟ ଶିଖର 161 ଫୁଟ ଉଚ୍ଚରେ ନିର୍ମାଣ କରାଯାଉଛି, ଯାହା ସୁନାରେ ଆବୃତ୍ତ ହେବ।

ସାତଜଣ ମୁନ ଋଷିଙ୍କୁ ନେଇ ହେବ ମନ୍ଦିର
ଭକ୍ତମାନଙ୍କୁ ବର୍ଷା ଓ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣରୁ ରକ୍ଷା କରିବାକୁ  ମନ୍ଦିରର 'ପାର୍କୋଟା' ମଧ୍ୟ ପ୍ରସ୍ତୁତ ହେବ ବୋଲି ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ଅନୀଲ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ କମ୍ପ୍ଲେକ୍ସରେ ପର୍କୋଟା କୂଳରେ ୬ଜଣ ଦେବୀ ଏବଂ ଦେବତାଙ୍କ ମନ୍ଦିର ନିର୍ମାଣ ହେବ। ଏହା ବ୍ୟତୀତ ସାତଜଣ ମୁନି ଋଷିଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଯିବ। ଅନୀଲ ମିଶ୍ର କହିଛନ୍ତି ଯେ ଋଷି ବାଲ୍ମୀକି, ବଶିଷ୍ଠ, ବିଶ୍ୱାମିତ୍ର, ଅଗସ୍ତ୍ୟ ତଥା ନିଶାଦରାଜ ଏବଂ ଅହଲ୍ୟାଙ୍କ ସହ ପ୍ରାଚୀନ ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖ କରାଯାଇଥିବା ହିନ୍ଦୁ ସାଧୁଙ୍କ ମନ୍ଦିର ଏଠାରେ ନିର୍ମାଣ କରାଯିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
The construction work | Argus News