Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅପରେସନ୍ `ସିନ୍ଦୂର'ରେ ନାରୀଶକ୍ତିର ଯୋଗଦାନକୁ କଲେ ପ୍ରଶଂସା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅପରେସନ୍ `ସିନ୍ଦୂର'ରେ ନାରୀଶକ୍ତିର ଯୋଗଦାନକୁ କଲେ ପ୍ରଶଂସା

Key Points

ଲୋକମାତା ଦେବୀ ଅହଲ୍ୟା ବାଈ ହୋଲକରଙ୍କ ୩୦୦ତମ ଜୟନ୍ତୀ
ଭୋପାଳରେ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ପ୍ରଧାନମନ୍ତ୍ରୀ
ଅପରେସନ୍ `ସିନ୍ଦୂର'ରେ ନାରୀଶକ୍ତିର ଯୋଗଦାନକୁ କଲେ ପ୍ରଶଂସା
ସେନା ଓ ବିଏସଏଫରେ ବି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା
ମୋଦି କହିଲେ, ଆତଙ୍କୀ ମହିଳାଙ୍କୁ ଚ୍ୟାଲେଞ୍ଜ ଦେଲେ, ଆମେ ଆକ୍କାଙ୍କ ଯାଏଁ ପହଞ୍ଚିଗଲୁ

ଅପରେସନ ସିନ୍ଦୂରରେ ଭାରତୀୟ ନାରୀଶକ୍ତିର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ସୀମାରେ ଶତ୍ରୁର ଆକ୍ରମଣର କଡା ଜବାବ ଦେବାକୁ ପ୍ରସ୍ତୁତ ରହିଥିଲେ ବିଏସଏଫର ସାହସୀ ମହିଳା ଯବାନ । ଜମ୍ମୁରୁ ପଂଜାବ, ରାଜସ୍ଥାନ, ଗୁଜରାଟ ସୀମା ଯାଏଁ ସାଜିଥିଲେ ସତର୍କ ପ୍ରହରୀ। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ବି ଦେଲେ। ଅପରେସନ ସିନ୍ଦୂର ନାରୀଶକ୍ତିର ପ୍ରତୀକ । ଭୋପାଳରେ ଆୟୋଜିତ ଲୋକମାତା ଦେବୀ ଅହଲ୍ୟାବାଇ ମହିଳା ସଶକ୍ତୀକରଣ ମହା ସମ୍ମିଳନୀରେ ଯୋଗ ଦେଇ ନାରୀଶକ୍ତିର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଆମ ପରମ୍ପରାରେ ସିନ୍ଦୂର ନାରୀଶକ୍ତିର ପ୍ରତୀକ । ପହଲଗାମରେ ଆତଙ୍କୀ କେବଳ ଭାରତୀୟଙ୍କ ଉପରେ ନୁହେଁ, ଭାରତୀୟ ପରମ୍ପରା ଉପରେ ବି ଆକ୍ରମଣ କରିଛନ୍ତି । ଏହା ଆତଙ୍କବାଦୀଙ୍କ ପାଇଁ ଘାତକ ହୋଇଛି । ଅପରେସନ ସିନ୍ଦୂର ପରେ ଆତଙ୍କୀ ଓ ତାଙ୍କ ଆକ୍କାଙ୍କ ନିଦ ହଜିଯାଇଛି ।

ଶିକ୍ଷାନୁଷ୍ଠାନରୁ ଯୁଦ୍ଧକ୍ଷେତ୍ର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଉଛନ୍ତି ଭାରତୀୟ ମହିଳା । ମହିଳା ସଶକ୍ତୀକରଣରେ ପ୍ରତିଦିନ ଯୋଡି ହେଉଛି ନୂଆ ଅଧ୍ୟାୟ । ସୀମାପାର ଆତଙ୍କବାଦ ସହ ନକ୍ସଲ ଆକ୍ରମଣର ଜବାବ ଦେଉଛନ୍ତି ମହିଳା । ସେମାନେ ଏବେ ଭାରତୀୟ ସୁରକ୍ଷା ବ୍ୟବସ୍ଥାର ଅଭେଦ୍ୟ ପ୍ରାଚୀର । ସାରା ବିଶ୍ବ ଦେଖୁଛି ଭାରତୀୟ ନାରୀ ଶକ୍ତିର ପରାକାଷ୍ଠା । ଏଥିପାଇଁ ଗତ ୧୦ ବର୍ଷ ଭିତରେ ନିଆଯାଇଛି ଅନେକ ଯୁଗାନ୍ତକାରୀ ପଦକ୍ଷେପ । ୨୦୧୪ ପୂର୍ବରୁ ଏନସିସିରେ ମାତ୍ର ୨୫ ପ୍ରତିଶତ ମହିଳା କ୍ୟାଡେଟ ଥିଲେ, ଏବେ ଏହି ସଂଖ୍ୟା ୫୦ ପ୍ରତିଶତ ପାର ହେବାକୁ ଯାଉଛି । ପ୍ରଥମଥର ପାଇଁ ମହିଳା କ୍ୟାଡେଟ୍ ମାନେ NDAର ପାସିଂ ଆଉଟ ପରେଡରେ ଭାଗ ନେଇ ରଚିଛନ୍ତି ନୂଆ ଇତିହାସ । ନୌସେନାର ଦୁଇ ମହିଳା କ୍ୟାଡେଟ୍ ମାତ୍ର ୨୫୦ ଦିନରେ ସାରା ବିଶ୍ବ ପରିକ୍ରମା କରିଛନ୍ତି ।


ଓଡ଼ିଶାରେ ବି ରାଜ୍ୟ ସ୍ତରୀୟ ସମାରୋହ ସମିତି ପକ୍ଷରୁ ପାଳନ ହୋଇଛି ଅହଲ୍ୟା ବାଇ ହୋଲକରଙ୍କ ୩୦୦ ତମ ଜୟନ୍ତୀ । ଭୁବନେଶ୍ବର ଜୟଦେବ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟ ମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଚସ୍ପତିଙ୍କ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସହ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଓ ବିଜେପିର ଶହ ଶହ କର୍ମୀଯୋଗ ଦେଇଥିଲେ। ରାଣୀ ଅହଲ୍ୟା ବାଈଙ୍କ ଶାସନ ଓ ଲୋକାଭିମୁଖୀ କାର୍ଯ୍ୟ, କାର୍ଯ୍ୟ ଦକ୍ଷତା ସହ ଇତିହାସ ରଚିଥିବା ଅନେକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରାଯାଇଛି। ଏହି ଅବସରରେ ଲାଇଭ ଫୋଟୋ ଚିତ୍ର ଅଙ୍କନଠୁ ନେଇ ଖବର କାଗଜରେ ରାଣୀ ଅହଲ୍ୟା ବାଈଙ୍କ ପାଇଁ ଲେଖା ଯାଇଥିବା ପ୍ରବନ୍ଧକୁ ପ୍ରଦର୍ଶିତ କରଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-contribution-of-women-power-in-operation-sindoor-was-appreciated-says-pm-modi | Argus News