ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଦେଶର ବଡ଼ ବଡ଼ ବିଜନେସ୍ ଟାଇକୁନ

ଶିଳ୍ପ ମହାକୁମ୍ଭରେ ବିଶିଷ୍ଟ ଶିଳ୍ପପତିଙ୍କ ଭିଡ଼
ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଦେଶର ବଡ଼ ବଡ଼ ବିଜନେସ୍ ଟାଇକୁନ
କୁମାର ମଙ୍ଗଳମ୍ ବିର୍ଲା, କରନ ଅଦାନୀ, ଟି.ବି ରବୀନ୍ଦ୍ରନ
ନବୀନ ଓ ସଜ୍ଜନ ଜିନ୍ଦଲ, ହିତେଶ ଯୋଶୀ, ଅନୀଲ ଅଗ୍ରୱାଲ୍
ଓଡ଼ିଶାରେ ଉଦ୍ୟୋଗ ଓ ବ୍ୟବସାୟ ସମ୍ଭାବନା ନେଇ ଦେଲେ ଗ୍ରୀନ୍ ସିଗନାଲ୍
ଅର୍ଗସ ବ୍ୟୁରୋ : ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ଏ ବୟାନ ପ୍ରମାଣିତ କରୁଛି କେମିତି ଓଡ଼ିଶା ପ୍ରତି ବଦଳୁଛି ଶିଳ୍ପ ଜଗତର ଦୃଷ୍ଟିକୋଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ବିଜେପିର ଡବଲ୍ ଇଞ୍ଜିନ୍ ସରକାରର ଉଦ୍ୟମରେ ଶିଳ୍ପ ହବ୍ ହେବାକୁ ଯାଉଛି ଓଡ଼ିଶା । ପ୍ରଥମେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ପଡ଼ିଥିଲା ଏହାର ଶିଳାନ୍ୟାସ । ଆଉ ଆଜି ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ଜୋର ଧରିଛି ଏହି ବଡ଼ ମିଶନ । ଭୁବନେଶ୍ବର ଜନତା ମଇଦାନରେ ଆଜିଠାରୁ ଆରମ୍ଭ ହୋଇଥିବା ଶିଳ୍ପ ମହାକୁମ୍ଭରେ ଦେଖିବାକୁ ମିଳିଛି ବଡ଼ ବଡ଼ ଶିଳ୍ପପତିଙ୍କ ଭିଡ଼। ବେଦାନ୍ତର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ପୃଥିବୀରେ ଓଡ଼ିଶା ସ୍ବର୍ଗ ଭଳି ସ୍ଥାନ । ଏହା ସର୍ବୋତ୍ତମ ଭୂମି । ଆଗକୁ ଆଲୁମିନିୟମ୍ ପ୍ରକଳ୍ପରେ ଫୋକସ୍ କରିବ ତାଙ୍କ କମ୍ପାନୀ । ଓଡ଼ିଶାର ବିକାଶରେ ବଡ଼ ଭୂମିକା ତୁଲାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି କୁମାର ମଙ୍ଗଳମ୍ ବିର୍ଲା ।
କେନ୍ଦୁଝରରେ 5 ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ମେଗା ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଆଜି JSW ସହ ସ୍ବାକ୍ଷରିତ ହୋଇଛି MOU। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କହିଛନ୍ତି ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟର ଭଣ୍ଡାର, ଲଘୁ ଖଣିଜ ଦ୍ରବ୍ୟର ଉନ୍ନତି ଓ ଷ୍ଟିଲ ତିଆରି ପାଇଁ ଓଡ଼ିଶା ସବୁଠୁ ଉତ୍କୃଷ୍ଟ ଜାଗା । ସେହିପରି ଓଡ଼ିଶାକୁ ନିଜ କର୍ମ ଭୂମି ବୋଲି କହିଛନ୍ତି ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିଶିଷ୍ଟ ଶିଳ୍ପପତି ଟି.ବି ନରେନ୍ଦ୍ରନ, କରଣ ଆଦାନୀ, ହିତେଶ ଯୋଶୀ ପ୍ରମୁଖ ମଧ୍ୟ ଶିଳ୍ପ ମହାକୁମ୍ଭରେ ଭାଗ ନେଇଛନ୍ତି ।