Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତାକାଲି ଭୋଟ୍ ଦେବ ଦିଲ୍ଲୀ

National

ଆସନ୍ତାକାଲି ଭୋଟ୍ ଦେବ ଦିଲ୍ଲୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆସନ୍ତାକାଲି ଭୋଟ୍ ଦେବ ଦିଲ୍ଲୀ

ଆସନ୍ତାକାଲି ଭୋଟ୍ ଦେବ ଦେଶର ରାଜଧାନୀ ଦିଲ୍ଲୀ । ୭୦ ଆସନ ବିଶିଷ୍ଟ ବିଧାନସଭାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ତେବେ ଭୋଟିଂର ୪୮ ଘଣ୍ଟା ପୂର୍ବରୁ ରାଜଧାନୀରେ ପ୍ରଚାର ଥମିଛି। ସେପଟେ ପୋଲିଂ ପାର୍ଟି ମଧ୍ୟ ବୁଥ୍‌ରେ ପହଞ୍ଚିଲେଣି। ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କାଲି ୭୦ ଆସନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।


ସେହିପରି ଫେବ୍ରୁଆରୀ ୮ ତାରିଖରେ ମତଗଣତି ହେବ। ଦିଲ୍ଲୀରେ ପ୍ରାୟ ୧.୫୬ କୋଟି ପଞ୍ଜୀକୃତ ମତଦାତା ୧୩, ୭୬୬ଟି ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ମୋଟ୍ ଭୋଟରଙ୍କ ମଧ୍ୟରୁ ୮୩.୭୬ ଲକ୍ଷ ହେଉଛନ୍ତି ପୁରୁଷ ରହିଥିବା ବେଳେ ୭୨.୩୬ ଲକ୍ଷ ହେଉଛନ୍ତି ମହିଳା। ୧, ୨୫୭ ଜଣ ତୃତୀୟ ଲିଙ୍ଗୀ ବି ସାମିଲ। ଦିବ୍ୟାଙ୍ଗମାନଙ୍କ ଲାଗି ୭୩୩ଟି ମତଦାନ କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି। ଦିଲ୍ଲୀରେ ମତଦାନ ସକାଳ ୭ଟାରୁ ଆରମ୍ଭ ହେବ। ଭୋଟରମାନେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଦେଇପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥର ବିଧାନସଭା ନିର୍ବାଚନ ପାଇଁ ୨୬୯୬ ସ୍ଥାନରେ ୧୩,୭୬୬ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏଥିରେ ୧୩,୦୩୩ ସ୍ଥାୟୀ ଏବଂ ୭୩୩ ଅତିରିକ୍ତ ମତଦାନ କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ। ଭୋଟଦାନ ପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଗୋଟିଏ ଇଭିଏମ ବ୍ୟବହାର କରାଯିବ। ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନରେ ଭୋଟ ଦେବା ପାଇଁ ୧୩,୭୬୬ଟି ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବ୍ୟବହାର କରାଯିବ।


Sponsored
The country's capital Delhi will vote tomorrow. | Argus News