Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରି ଦମ୍ପତି କୋଟିପତି

Ritu Das
Browse all articles by Ritu Das
·1 year ago·3 min read
ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରି ଦମ୍ପତି କୋଟିପତି

ଅର୍ଗସ ବ୍ୟୁରୋ: ଧାଁଦୌଡ଼ ଦିଲ୍ଲୀ ସହର। କର୍ମମୟ ଜୀବନକୁ ନେଇ ସଭିଏଁ ବ୍ୟସ୍ତ। ଏହିଭଳି ସମୟରେ ରାଜଧାନୀ ଦିଲ୍ଲୀରେ ନିଜସ୍ବ ଏକ ବିଜେନସ ଏମ୍ପାୟାର ଠିଆ କରିବା ବଡ଼ କଥା। ଆମେ ସାଧାଣତଃ ଭାବୁ ଗୋଟିଏ ବିଜନେସ କରିବା ସ୍ବାବଲମ୍ବୀ ହେବା ସତରେ କଷ୍ଟ। କିନ୍ତୁ ଆପଣ କେବେ ଭାବିଛନ୍ତି ନିଜର ଡ୍ରିମ ପାଇଁ କର୍ପୋରେଟ ଦୁନିଆଁର ଲକ୍ଷ ଲକ୍ଷ ଟଙ୍କା ଦରମା ଛାଡ଼ି ରାସ୍ତାକଡ଼ରେ ଖାଦ୍ୟ ବିକ୍ରି କରିବା କଥା ଆପଣଙ୍କ ଭାବନା ଏଠି ଫେଲ ମାରିଯିବ। ନିଜର ସ୍ବପ୍ନ ପାଇଁ ମଣିଷ ଏଠି ସବୁକିଛି କରିପାରେ। ମୋଟାଅଙ୍କର ବ୍ୟାଙ୍କ ବାଲାନ୍ସ ନାମୀଦାମୀ ପ୍ରତିଷ୍ଠିତ କମ୍ପାନୀ ଏମିତିକି ସବୁକିଛି। ଲକ୍ଷ୍ୟ କିନ୍ତୁ ଗୋଟିଏ। ସ୍ବପ୍ନ ପୂରଣ କରିବା ଯାହାର ଉଦାହରଣ ପାଲଟିଛନ୍ତି ଏହି ଦମ୍ପତି। 

 

ଜ୍ୟୋତି ଗଣପତି ଏବଂ ସତ୍ୟା କୋନିକି ଦିଲ୍ଲୀରେ ଫୁଡ ଟ୍ରକ କରି ବ୍ୟବସାୟ କରନ୍ତି। ଗ୍ରାହକଙ୍କୁ ଖୁସି କରିବା ଲାଗି ସେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି। ଉଭୟ ଦମ୍ପତିଙ୍କର ବ୍ୟବସାୟ ଏବେ ସାତଓ୍ବେ ଆସମାନ ପର। ସ୍ବାମୀ ସ୍ତ୍ରୀ ହାଇଲି ଏଜୁକେଟଡ।  ଉଭୟ ପତିପତ୍ନୀ ଦୀର୍ଘ ସମୟ ଧରି କର୍ପୋରେଟ ସେକ୍ଟରରେ କାମ କରିବାପରେ ନିଜର ଏକ ବିଜନେସ ଆରମ୍ଭ କରିବେ ବୋଲି ଭାବିଥିଲେ। 
୨୦୧୨ ମସିହାରେ ଉଭୟ ଏକ ଫୁଡ ଟ୍ରକ କିଣି ଏହାକୁ ଆରମ୍ଭ କରିଥିଲେ। ଏହାର ନାମ ରଖିଲେ `ଡୋସା ଇଙ୍କ'। ଆଜି ଉଭୟ କୋଟି କୋଟି ଟଙ୍କାର ମାଲିକ। ତେବେ ଉଭୟ ଜ୍ୟୋତି ସତ୍ୟାଙ୍କ ସଫଳତାର କାହାଣୀ କଣ। ଚାଲନ୍ତୁ ଜାଣିବା।

ଜ୍ୟୋତି ଆମେରିକାର ନକ୍ସ କଲେଜରୁ ସ୍ନାତକୋତ୍ତର ପାସ କରିବାପରେ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ କରିଥିଲେ। ଏହାପରେ ଜ୍ୟୋତି ତାଙ୍କ ବାପାଙ୍କ ବ୍ୟବସାୟ ସମ୍ଭାଳିଥିଲେ। କିନ୍ତୁ ତା'ପରେ ସେ ବିବାହ କରିଥିଲେ ସତ୍ୟା କୋନିକିଙ୍କୁ। ସତ୍ୟାଙ୍କର ବି ବ୍ୟବସାୟରେ ବହୁ ଅନୁଭବ ଥିଲା। ଏହାପରେ ଉଭୟ ନିଷ୍ପତ୍ତି ନେଇଥିଲେ ଯେ, ସେମାନ ଜବ ଛାଡ଼ିବେ। ଆଉ ସେଇଆ ହିଁ କଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଫିସର ଶେଷ ଦିନରେ ସେ ତାଙ୍କ ସାଙ୍ଗମାନଙ୍କୁ କହିଲେ ମୁଁ ଏକ ବିଜେନସ ଆରମ୍ଭ କରିବାକୁ ଯାଉଛି। ମୋ ଫୁଡ ଷ୍ଟଲରେ ମୁଁ ତୁମମାନଙ୍କ ଅପେକ୍ଷାରେ ରହିଲି। ତେବେ ଜଣେ ପଡ଼ୋଶୀ ତାଙ୍କୁ ଅଳକନନ୍ଦା ନିକଟରେ ଏକ ପଡ଼ିଆରେ ଉକ୍ତ ଫୁଡ଼ ଟ୍ରକ ଖୋଲିବାକୁ ସାହାଯ୍ୟ କରିଥିଲେ। ଶେଷରେ ଜ୍ୟୋତିଙ୍କର ରେଷ୍ଟୁରାଣ୍ଟ କରିବାର ସ୍ବପ୍ନ ପୂରଣ ହୋଇଥିଲା। ପ୍ରଥମ ଦିନ ସେ ଦିଲ୍ଲୀ ରୋଡରେ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ବହୁତ ଏକ୍ସାଇଟେଡ ଥିଲେ। ସେଦିନ ଜ୍ୟୋତିଙ୍କୁ କଲ ପରେ କଲ ଆସିଥିଲା। ୩ ଘଣ୍ଟା ମଧ୍ୟରେ ସେ ୩୦ କିଲୋ ଡୋସା ବ୍ୟାଟରରେ ଲୋକଙ୍କ ପାଇଁ ଡୋସା ପ୍ରସ୍ତୁତ କରିଥିଲେ। ମେଦୁବଡ଼ା ସହିତ ପୁରା ଦୋସା ବିକ୍ରି ମଧ୍ୟ ହୋଇଯାଇଥିଲା। ଜ୍ୟୋତିଙ୍କ ହାତ ତିଆର ନଡ଼ିଆ ଚଟଣୀର ସ୍ବାଦ ଗ୍ରାହକଙ୍କୁ ବେଶ ପସନ୍ଦ ଆସିଥିଲା। 

ଏବେ ସିନା ଫୁଡ ଆପ ହୋଇ ଖାଦ୍ୟ ବିକ୍ରି ହେବା ସହଜ ହୋଇଗଲାଣି କିନ୍ତୁ ଜ୍ୟୋତି ସତ୍ୟାଙ୍କୁ ପ୍ରଥମେ ସଂଘର୍ଷ କରିବାକୁ ପଡ଼ିଥିଲା। କାରଣ ସେତେବେଳେ କୌଣସି ଅନଲାଇନ ବିକ୍ରି ଅପ୍ସନ ନ ଥିଲା। ସେଥିପାଇଁ ଉଭୟ କପଲଙ୍କୁ ସିଧାସଳଖ ମାର୍କେଟିଂ ଷ୍ଟ୍ରାଟେଜି ଉପରେ ଜଡ଼ିତ ହେବାକୁ ପଡ଼ିଥିଲା। ସେମାନେ ଲୋକଙ୍କ ନିକଟକୁ ଯାଇ ପାମ୍ପଲେଟ ବାଣ୍ଟିଥିଲେ। ଯେଉଁଥିରେ ତାଙ୍କ ରେଷ୍ଟୁରଣ୍ଟର ମେନ୍ୟୁ ଏବଂ କେତେ ସମୟରେ ରେଷ୍ଟୁରଣ୍ଟ ଖୋଲାହେବ ଲେଖାଥିଲା। 

ଏହାପରେ ଧୀରେ ଧୀରେ କଷ୍ଟମର ବେସ ପ୍ରସ୍ତୁତ କଲେ। କିଛି ବର୍ଷ ମଧ୍ୟରେ ମାରାଥନ କାର୍ଯ୍ୟକ୍ରମ ଆରମ୍ଭ କରି କର୍ପୋରେଟ ଶୋ'ରେ ମଧ୍ୟ ଖାଦ୍ୟ ପ୍ରସ୍ତୁତ ପାଇଁ ଅର୍ଡର ନେଲେ। ପରେ ଏହି କପଲ ମୁରକୁ, ସାଉଥ ଇଣ୍ଡିଆନ ମିକ୍ସଚର, ଲଡୁ, ମୈସୁର ପାକ, ନଡ଼ିଆ ବର୍ଫି ଭଳି ସ୍ନାକ୍ସ ମଧ୍ୟ ପ୍ରସ୍ତୁତ କରି ବିକ୍ରି କରିଲେ। ଆଜି ଏହି ଫୁଡ ଟ୍ରକ ବିଜନେସରୁ ଉଭୟ କପଲ ଜଣେ ସଫଳ କୋଟିପତି ହୋଇପାରିଛନ୍ତି। ଏହି ଫୁଡଟ୍ରକରୁ ବାର୍ଷିକ ୩କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି ସଫଳ ଦମ୍ପତିଙ୍କ ଚେଷ୍ଟା ରୋଡକଡ଼ର ଖାଦ୍ୟ ବିକାଳିରୁ ତାଙ୍କୁ କରାଇପାରିଛି କୋଟିପତି। ଏକଥା ପ୍ରମାଣ ହୋଇଛି ଚାକିରି ତ ସମସ୍ତେ କରନ୍ତି କିନ୍ତୁ ନିଜ ସ୍ବପ୍ନ ପୂରଣ କରିବା ନିଜ ଜୀବନର ସବୁଠୁ ବଡ଼ ସଫଳତା। 

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
The couple | Argus News