Videos
|
National

ମଣିଷ ବୁଝୁନି ଗାଈ ବୁଝୁଛି

Arpita Mohanty
Browse all articles by Arpita Mohanty
·2 years ago·1 min read
ମଣିଷ ବୁଝୁନି ଗାଈ ବୁଝୁଛି

ଅର୍ଗସ ବ୍ୟୁରୋ : ନିୟମ ! ମଣିଷ ନିଜେ କରେ ଆଉ ନିଜେ ଭାଙ୍ଗେ ବି। କିନ୍ତୁ ଜୀବଜନ୍ତୁ କହିପାରନ୍ତିନି ଶୁଣିପାରନ୍ତିନି ସତ କିନ୍ତୁ ସବୁ ବୁଝନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ପୁନେରେ। ନିୟମର ଗୁରୁତ୍ୱ ମଣିଷ ବୁଝିନି କିନ୍ତୁ ଏକ ଗାଈ ବୁଝିଛି। ନିକଟରେ ପୁନେ ପୋଲିସ ଏକ ଭିଡିଓ ସେଆର କରିଛି ଯେଉଁଥିରେ ଏକ ଗାଈ କିଭଳି ଭାବେ ଟ୍ରାଫିକ ନିୟମ ମାଣିଛି ତାହା ଦେଖିବାକୁ ମିଳିଛି।

ସିଏ ବି ବୁଝିଛି ଟ୍ରାଫିକ୍ ନିୟମର ଗୁରୁତ୍ୱ। ବାକି ସବୁ ଗାଡି ସହିତ ସିଏ ବି ଟ୍ରାଫିକ୍ ନିୟମ ମାନି ଅପେକ୍ଷା କରି ରହିଛି। ପୁନେ ମିରର ନାମରେ ଏକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଭିଡିଓ ସେଆର କରାଯାଇଛି ଏବଂ କ୍ୟାପସନରେ ଲେଖାଯାଇଛି ଗାଈର ବୁଝିବା ଶକ୍ତି କିଛି ଲୋକଙ୍କୁ ଲଜ୍ଜିତ କରିଛି। 

ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଲୋକେ ଗାଈ ଟିର ଉପସ୍ଥିତ ବୁଦ୍ଧିର ଖୁବ ପ୍ରଶଂସା କରିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: