ଗଭୀର ନଦୀରେ ବିଅର ବୋତଲ ଖୋଲି ଦେଲା କୁମ୍ଭୀର

ଅର୍ଗସ ବ୍ୟୁରୋ: ସୋସିଆଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓକୁ ଦେଖିଲେ ଯେ, କେହି ଆଶ୍ଚର୍ଯ୍ୟ ହୋଇଯିବ। ଏହି ଭିଡିଓଟି ଆମେରିକାର ଫ୍ଲୋରିଡ଼ା ସହରର। ଭିଡିଓରେ ଦେଖିବାକୁ ମିଳୁଛି ନଦୀର ନୀଳ ଜଳରାଶିରେ ଡଙ୍ଗାରେ ଯାତ୍ରା କରୁଥିବା କିଛି ଯୁବକ ବିଅର ବୋତଲ ଖୋଲିବାକୁ କୁମ୍ଭୀର ସାହାଯ୍ୟ ନେଉଛନ୍ତି। ପ୍ରଥମେ ସେମାନେ ବୋତଲ ଖୋଲିବାକୁ ଚେଷ୍ଟା କରୁଛନ୍ତି।
Using a gator as a can opener. Dudes rock. pic.twitter.com/uUCbOk3paV
— Catch Up Bites (@catchupbites) July 3, 2024
କିନ୍ତୁ ସଫଳ ହେଉନାହାନ୍ତି। ପରେ କୁମ୍ଭୀରକୁ ଖୋଲିବାକୁ ଦେଉଛନ୍ତି ଆଉ ସେ ଖୋଲିଦେଉଛି। ପରେ ଯୁବକ ଜଣକ ଏହାକୁ ପିଉଛନ୍ତି। ଯେଉଁଠାରେ କୁମ୍ଭୀରକୁ ପ୍ରାୟ ସମସ୍ତେ ଭୟ କରୁଥିବା କରନ୍ତି ସେଠାରେ ଏହି ଯୁବକମାନେ ଦୁଃସାହସିକ କାର୍ଯ୍ୟ କରନ୍ତି। ଯଦି କୁମ୍ଭୀର ଆକ୍ରମଣ କରିଥାନ୍ତା। ଏହା ତାଙ୍କ ଉପରେ ମହଙ୍ଗା ପଡ଼ିଥାନ୍ତା ମାତ୍ର ସେପରି କିଛି ହୋଇନାହିଁ। ଏହି ଭିଡିଓକୁ @ଓ୍ବାଲଷ୍ଟ୍ରିଟ ସିଲଭ ସହିତ ଏକ୍ସରେ ଶେୟାର କରିଛନ୍ତି। କ୍ୟାପସନ ଲେଖିଛନ୍ତି, ଫ୍ଲୋରିଡାର ଜଣେ ବ୍ୟକ୍ତି ବିଅର କ୍ୟାନ ଖୋଲିବା ପାଇଁ ଏକ ଆଲିଗେଟର ବ୍ୟବହାର କରନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର