ବାତ୍ୟା ଅକ୍ଟୋବର ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା

ଅର୍ଗସ ବ୍ୟୁରୋ: ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା । ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା । ଏନେଇ IMD ପକ୍ଷରୁ ସୂଚନା ଜାରି ହୋଇଛି । ୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ତେବେ ଏହା ୨୩ ସୁଦ୍ଧା ବାତ୍ୟା ରୂପ ନେବ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ । ସେପଟେ ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ବାତ୍ୟା ନେଇ ରବିବାର ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ବୋଲି ଆଇଏମ୍ଡି କହିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ( ଆଇଏମଡି) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତକାଲି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ଏହା ଲଘୁଚାପରେ ପରିଣତ ହୋଇ ୨୨ରେ ଅବପାତ ରୂପ ନେବ। ୨୩ରେ ଏହା ସମ୍ଭାବ୍ୟ ବାତ୍ୟାରେ ପରିଣତ ହେବ।
ପରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ତେବେ ଏହି ସମ୍ଭାବ୍ୟ ବାତ୍ୟାଟି କେଉଁଠି ସ୍ଥଳ ଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କେନ୍ଦ୍ରୀୟ ଆଣ୍ଡମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି । ୨୧ ତାରିଖରେ ଅଧିକ ସକ୍ରିୟ ହୋଇ ନେବ ଲଘୁଚାପର ରୂପ । ୨୩ରୁ ପ୍ରବଳ ବର୍ଷା, ନେଇପାରେ ବାତ୍ୟା ରୂପ; ଆଇଏମଡି କହିଲା, ମଙ୍ଗଳବାର ମିଳିବ ସ୍ପଷ୍ଟ ଚିତ୍ର।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: