୧୦ ମାସ ପରେ ମିଳିଲା ପ୍ରେମିକାର ମୃତଦେହ, ଏମିତି ଲୁଚାଇଥିଲା ପ୍ରେମିକ

ଅର୍ଗସ ବ୍ୟୁରୋ : ପ୍ରେମ ସମ୍ପର୍କରୁ ଲିଭି-ଇନ ଆଉ ଲିଭ୍ ଇନରୁ ହତ୍ୟା । ଦୀର୍ଘ ୧୦ ମାସ ଧରି ଫ୍ରିଜରେ ରହିଥିଲା ମହିଳାଙ୍କ ମୃତ ଦେହ । ଆଉ ଆଜି ସେହି ମୃତଦେହର ପର୍ଦ୍ଦାଫାଶ କରିଛି ପୋଲିସ ।
ମଧ୍ୟପ୍ରଦେଶ ଦେବାସର ଜଘନ୍ୟ ହତ୍ୟାକାଣ୍ଡ । ନିଜ ଗର୍ଲଫ୍ରେଣ୍ଡକୁ ମାରି ଫ୍ରିଜରେ ଲୁଚାଇ ରଖିଥିଲା ପ୍ରେମିକ ସଞ୍ଜୟ । ସଞ୍ଜୟ ଦେବାସ ସହରର ଧୀରେନ୍ଦ୍ର ଶ୍ରୀବାସ୍ତବଙ୍କ ଏକ ଘରେ ଭଡା ନେଇ ରହୁଥିଲା ।
ସାଙ୍ଗରେ ଲିଭ ଇନ ରିଲେସନରେ ରହୁଥିଲା ଗର୍ଲଫ୍ରେଣ୍ଡ ପ୍ରତିଭା । ପ୍ରତିଭାଙ୍କୁ ବୟସ ଥିଲା ୩୦ ବର୍ଷ । ଦୁଲାଇ ୨୦୨୩ରୁ ସେମାନେ ଉଭୟ ମିଶି ରହୁଥିଲେ । ଯେତେବେଳେ ସେ ସଞ୍ଜୟକୁ ବାହା ହେବାପାଇଁ ପ୍ରସ୍ତାବ ଦେଇଥିଲା , ସଞ୍ଜୟ ବାହା ହେବାକୁ ରାଜି ହୋଇନଥିଲା । ଏବଂ ନିଜ ପ୍ରେମିକାକୁ ମାରିବା ପାଇଁ ଚଳାଇଥିଲା ଚକ୍ରାନ୍ତ । ପରେ ନିଜ ସାଙ୍ଗ ବିନୋଦ ସହ ମିଶି ପ୍ରତିଭାର ଗଳାକାଟି ହତ୍ୟା କରିଥିଲା ଏବଂ ଫ୍ରିଜରେ ରଖି ଦେଇଥିଲା । ଅନେକ ଦିନ ଧରି ସେହି ଘରେ ପ୍ରତିଭାକୁ ନଦେଖିବାରୁ ସେ କେଉଁଠାରେ ଅଛି ବୋଲି ସଞ୍ଜୟକୁ ପ୍ରଶ୍ନ କରୁଥିଲେ ପଡୋଶୀ । ହେଲେ ସଞ୍ଜୟ କହୁଥିଲା, "ତା ମାଆର ହାର୍ଟ ଆଟାକ୍ ଆସିଥିବାରୁ ସେ ନିଜ ଗାଁକୁ ନିଜ ମାଆ ପାଖକୁ ଚାଲିଯାଇଛି ।"
୨୦୨୪ ଜୁନରେ ସେହି ଘର ଛାଡିଥିଲା ସଞ୍ଜୟ । କିନ୍ତୁ ଶବ ଥିବା ସେହି ଫ୍ରିଜ ସେ ରୁମରେ ସେପରି ରହିଥିଲା । ଯିବାବେଳେ ସଞ୍ଜୟ ଘର ମାଲିକକୁ କହିଥିଲା, ସେ ଘରେ ତାର କିଛି ଜିନିଷ ରହିଯାଇଛି, ଯାହା ସେ ପରବର୍ତ୍ତୀ ମୁହୁର୍ତ୍ତରେ ସେଠାରୁ ନେବାପରେ ସେ ରୁମ ଖାଲି କରିବ । ଏଥିପାଇଁ ସେ ପ୍ରତି ମାସରେ ରୁମର ଭଡା ମଧ୍ୟ ଦେଉଥିଲା ।
ପରେ ଆଉ ଜଣେ ବ୍ୟକ୍ତି ସେହି ଘରେ ଭଡା ରହିବାକୁ ଆସିଥିଲେ । ମାଲିକ ତାଙ୍କୁ କେବଳେ ସେହି ରୁମ ଛାଡି ଅନ୍ୟ ସବୁ ରୁମରେ ରହିବା ପାଇଁ ଅନୁମତି ଦେଇଥିଲା ।
କିନ୍ତୁ ପରେ ସେହି ବ୍ୟକ୍ତି ଘରମାଲିକକୁ ସେହି ବନ୍ଦ ଥିବା ରୁମର ତାଲା ଖୋଲିବାକୁ କହିଥିଲା । ମାଲିକ ତାଲା ଖୋଲି ରୁମ ଦେଖାଇବା ପରେ ବନ୍ଦ କରିବା ବେଳେ ଅନ ଥିବା ଫ୍ରିଜକୁ ଅଫ କରି ବନ୍ଦ କରିଦେଇଥିଲା ।
ଏହାପରେ ପରେ ଯେତେବେଳେ ଫ୍ରିଜକୁ ବିଜୁଳି ଚାଲି ଯାଇଥିଲା , ସେତେବେଳେ ସେଥିରେ ଥିବା ପ୍ରତିଭାର ଶବ ଖୁବ ଜୋରରେ ଗନ୍ଧ ହେବାକୁ ଲାଗିଥିଲା। ଯାହାକୁ ନେଇ ଘରେ ଭଡା ନେଉଥିବା ବ୍ୟକ୍ତିଙ୍କ ପରିବାର, ତଥା ପଡୋଶୀମାନେ ବିଚଳିତ ହୋଇ ପୋଲିସକୁ ଡାକିଥିଲେ । ପୋଲିସର ତଦନ୍ତ ପରେ ମିଳିଥିଲା ୧୦ ମାସ ଧରି ଫ୍ରିଜରେ ବନ୍ଦ ହୋଇ ରହିଥିବା ସଞ୍ଜୟର ପ୍ରେମିକା ପ୍ରତିଭାର ଶବ ।
ତେବେ ସୂଚନା ମୁତାବକ , ପ୍ରତିଭାକୁ ମାରିବାରେ ସାହାଯ୍ୟ କରିଥିବା ସଞ୍ଜୟର ସାଙ୍ଗ ବିନୋଦ ବର୍ତ୍ତମାନ ଏକ କୋସରେ ଗିରଫ ହୋଇ ଜେଲରେ ରହିଛି । ଏବେ ସଞ୍ଜୟକୁ ଗିରଫ କରାଯାଇ ପଚରାଉଚରା କରିବା ନେଇ ଅଧିକ ତଦନ୍ତ କରୁଛି ପୋଲିସ । ସେପଟେ ପ୍ରତିଭାର ପରିବାରକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।