Videos
|
National

୧୦ ମାସ ପରେ ମିଳିଲା ପ୍ରେମିକାର ମୃତଦେହ, ଏମିତି ଲୁଚାଇଥିଲା ପ୍ରେମିକ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୧୦ ମାସ ପରେ ମିଳିଲା ପ୍ରେମିକାର ମୃତଦେହ, ଏମିତି ଲୁଚାଇଥିଲା ପ୍ରେମିକ

ଅର୍ଗସ ବ୍ୟୁରୋ : ପ୍ରେମ ସମ୍ପର୍କରୁ ଲିଭି-ଇନ ଆଉ ଲିଭ୍ ଇନରୁ ହତ୍ୟା । ଦୀର୍ଘ ୧୦ ମାସ ଧରି ଫ୍ରିଜରେ ରହିଥିଲା ମହିଳାଙ୍କ ମୃତ ଦେହ । ଆଉ ଆଜି ସେହି ମୃତଦେହର ପର୍ଦ୍ଦାଫାଶ କରିଛି ପୋଲିସ ।
ମଧ୍ୟପ୍ରଦେଶ ଦେବାସର ଜଘନ୍ୟ ହତ୍ୟାକାଣ୍ଡ । ନିଜ ଗର୍ଲଫ୍ରେଣ୍ଡକୁ ମାରି ଫ୍ରିଜରେ ଲୁଚାଇ ରଖିଥିଲା ପ୍ରେମିକ ସଞ୍ଜୟ । ସଞ୍ଜୟ ଦେବାସ ସହରର ଧୀରେନ୍ଦ୍ର ଶ୍ରୀବାସ୍ତବଙ୍କ ଏକ ଘରେ ଭଡା ନେଇ ରହୁଥିଲା ।

ସାଙ୍ଗରେ ଲିଭ ଇନ ରିଲେସନରେ ରହୁଥିଲା ଗର୍ଲଫ୍ରେଣ୍ଡ ପ୍ରତିଭା । ପ୍ରତିଭାଙ୍କୁ ବୟସ ଥିଲା ୩୦ ବର୍ଷ । ଦୁଲାଇ ୨୦୨୩ରୁ ସେମାନେ ଉଭୟ ମିଶି ରହୁଥିଲେ । ଯେତେବେଳେ ସେ ସଞ୍ଜୟକୁ ବାହା ହେବାପାଇଁ ପ୍ରସ୍ତାବ ଦେଇଥିଲା , ସଞ୍ଜୟ ବାହା ହେବାକୁ ରାଜି ହୋଇନଥିଲା । ଏବଂ ନିଜ ପ୍ରେମିକାକୁ ମାରିବା ପାଇଁ ଚଳାଇଥିଲା ଚକ୍ରାନ୍ତ । ପରେ ନିଜ ସାଙ୍ଗ ବିନୋଦ ସହ ମିଶି ପ୍ରତିଭାର ଗଳାକାଟି ହତ୍ୟା କରିଥିଲା ଏବଂ ଫ୍ରିଜରେ ରଖି ଦେଇଥିଲା । ଅନେକ ଦିନ ଧରି ସେହି ଘରେ ପ୍ରତିଭାକୁ ନଦେଖିବାରୁ ସେ କେଉଁଠାରେ ଅଛି ବୋଲି ସଞ୍ଜୟକୁ ପ୍ରଶ୍ନ କରୁଥିଲେ ପଡୋଶୀ । ହେଲେ ସଞ୍ଜୟ କହୁଥିଲା, "ତା ମାଆର ହାର୍ଟ ଆଟାକ୍ ଆସିଥିବାରୁ ସେ ନିଜ ଗାଁକୁ ନିଜ ମାଆ ପାଖକୁ ଚାଲିଯାଇଛି ।"

୨୦୨୪ ଜୁନରେ ସେହି ଘର ଛାଡିଥିଲା ସଞ୍ଜୟ । କିନ୍ତୁ ଶବ ଥିବା ସେହି ଫ୍ରିଜ ସେ ରୁମରେ ସେପରି ରହିଥିଲା । ଯିବାବେଳେ ସଞ୍ଜୟ ଘର ମାଲିକକୁ କହିଥିଲା, ସେ ଘରେ ତାର କିଛି ଜିନିଷ ରହିଯାଇଛି, ଯାହା ସେ ପରବର୍ତ୍ତୀ ମୁହୁର୍ତ୍ତରେ ସେଠାରୁ ନେବାପରେ ସେ ରୁମ ଖାଲି କରିବ । ଏଥିପାଇଁ ସେ ପ୍ରତି ମାସରେ ରୁମର ଭଡା ମଧ୍ୟ ଦେଉଥିଲା ।
ପରେ ଆଉ ଜଣେ ବ୍ୟକ୍ତି ସେହି ଘରେ ଭଡା ରହିବାକୁ ଆସିଥିଲେ । ମାଲିକ ତାଙ୍କୁ କେବଳେ ସେହି ରୁମ ଛାଡି ଅନ୍ୟ ସବୁ ରୁମରେ ରହିବା ପାଇଁ ଅନୁମତି ଦେଇଥିଲା ।

କିନ୍ତୁ ପରେ ସେହି ବ୍ୟକ୍ତି ଘରମାଲିକକୁ ସେହି ବନ୍ଦ ଥିବା ରୁମର ତାଲା ଖୋଲିବାକୁ କହିଥିଲା । ମାଲିକ ତାଲା ଖୋଲି ରୁମ ଦେଖାଇବା ପରେ ବନ୍ଦ କରିବା ବେଳେ ଅନ ଥିବା ଫ୍ରିଜକୁ ଅଫ କରି ବନ୍ଦ କରିଦେଇଥିଲା ।

ଏହାପରେ ପରେ ଯେତେବେଳେ ଫ୍ରିଜକୁ ବିଜୁଳି ଚାଲି ଯାଇଥିଲା , ସେତେବେଳେ ସେଥିରେ ଥିବା ପ୍ରତିଭାର ଶବ ଖୁବ ଜୋରରେ ଗନ୍ଧ ହେବାକୁ ଲାଗିଥିଲା। ଯାହାକୁ ନେଇ ଘରେ ଭଡା ନେଉଥିବା ବ୍ୟକ୍ତିଙ୍କ ପରିବାର, ତଥା ପଡୋଶୀମାନେ ବିଚଳିତ ହୋଇ ପୋଲିସକୁ ଡାକିଥିଲେ । ପୋଲିସର ତଦନ୍ତ ପରେ ମିଳିଥିଲା ୧୦ ମାସ ଧରି ଫ୍ରିଜରେ ବନ୍ଦ ହୋଇ ରହିଥିବା ସଞ୍ଜୟର ପ୍ରେମିକା ପ୍ରତିଭାର ଶବ ।
ତେବେ ସୂଚନା ମୁତାବକ , ପ୍ରତିଭାକୁ ମାରିବାରେ ସାହାଯ୍ୟ କରିଥିବା ସଞ୍ଜୟର ସାଙ୍ଗ ବିନୋଦ ବର୍ତ୍ତମାନ ଏକ କୋସରେ ଗିରଫ ହୋଇ ଜେଲରେ ରହିଛି । ଏବେ ସଞ୍ଜୟକୁ ଗିରଫ କରାଯାଇ ପଚରାଉଚରା କରିବା ନେଇ ଅଧିକ ତଦନ୍ତ କରୁଛି ପୋଲିସ । ସେପଟେ ପ୍ରତିଭାର ପରିବାରକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: