Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇତିହାସର ସବୁଠାରୁ ଭୟଙ୍କର ସୁନାମି

National

ଇତିହାସର ସବୁଠାରୁ ଭୟଙ୍କର ସୁନାମି

Arpita Mohanty
Browse all articles by Arpita Mohanty
·1 year ago·2 min read
ଇତିହାସର ସବୁଠାରୁ ଭୟଙ୍କର ସୁନାମି

Key Points

  • ଭୟଙ୍କର ସୁନାମିର ସାମନା କରିଥିଲା ୮ ବର୍ଷର କୁନି ବାଳକ
  • ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିଲା ମାତ୍ର ୧୦ ବର୍ଷର ଝିଅ

ସୁନାମି ଏହି ନା ଶୁଣିଲେ କାହାକୁ ବା ଭୟ ନ ଆସେ। ସୁନାମି ଯେତେବେଳେ ଆସେ ଅନେକ ଦେଶରେ ଅନେକ ଲୋକ ପ୍ରାଣ ହରାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର ୮ ବର୍ଷ ର ବାଳକ ଏକ ଭୟଙ୍କର ସୁନାମି କୁ ସାମ୍ନା କରିଥିଲା ଏବଂ ସୁନାମି କବଳରୁ ନିଜକୁ ରକ୍ଷା ମଧ୍ୟ କରିପାରିଥିଲା। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ତେବେ ଚାଲନ୍ତୁ ଆରମ୍ଭ କରିବା ସୁନାମି ଏବଂ ସୁନାମିକୁ ଏକାକୀ ସାହସର ସହିତ ସାମ୍ନା କରିଥିବା ଇଣ୍ଡୋନେସିଆର ବାଳକ ମାର୍ଥୁନି ଏବଂ ୧୦ ବର୍ଷର ଝିଅ ଟିଲି ସ୍ମିଥ୍ ର କାହାଣୀ ଯିଏ ନିଜ ସମେତ ସମୁଦ୍ର କୁଳରେ ଥିବା ସମସ୍ତ ଲୋକଙ୍କୁ ସୁନାମି କବଳରୁ ରକ୍ଷା କରିପାରିଥିଲା।


୨୦୦୪ ଭାରତ ମହାସାଗର ସୁନାମି ଯାହାକୁ ବକ୍ସିଂ ଡେ ସୁନାମି ବି କୁହାଯାଏ, ଇଣ୍ଡୋନେସିଆର ପଶ୍ଚିମ ଉପକୂଳରେ କେନ୍ଦ୍ରିଭୂତ ହୋଇଥିଲା। ଏହି ବକ୍ସିଂ ଡେ ସୁନାମି ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଏକ ଥିଲା, ଯାହା ୨୬ ଡିସେମ୍ବର, ୨୦୦୪ ରେ ଘଟିଥିଲା। ଭୂମିକମ୍ପର ତୀବ୍ରତା ଥିଲା ୯.୧। ଯେହେତୁ ଇଣ୍ଡୋନେସିଆର ବାନ୍ଦା ଆଚେ ସହର କେନ୍ଦ୍ରିଭୂତ ସ୍ଥଳ ପାଖରେ ଥିଲା ସେଥିପାଇଁ ଏହା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିଲା। ବାନ୍ଦା ଆଚେ ସହରର କିଛି ଭାଗରେ ସର୍ବାଧିକ ୩୫ ମିଟର ବା ୧୧୫ ଫୁଟ୍ ର ସୁନାମି ଆସିଥିଲା। ଏହି ସୁନାମିରେ ସମୁଦାୟ ୧୪ଟି ଦେଶ ପ୍ରଭାବିତ ହୋଇଥିଲେ ଏବଂ ପାଖାପାଖି ୨,୮୦,୦୦୦ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ମାତ୍ର ୮ ବର୍ଷର ପୁଅ ଏତେ ବଡ ବିପଦରୁ ବଞ୍ଚିଗଲା। ଏହା ଚମତ୍କାର ନୁହେଁ ତ ଆଉ କଣ ? ସେହି ସମୟରେ ଏହା ଏକ ବହୁତ ବଡ ଘଟଣା ଥିଲା। ତେବେ କିପରି ସେହି ବାଳକ ଏତେ ଭୟଙ୍କର ପରିସ୍ଥିତିରୁ ସୁରକ୍ଷିତ ଭାବରେ ବଞ୍ଚିପାରିଲା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଉପରେ ଦିଆଯାଇଥିବା ଭିଡିଓକୁ ଦେଖନ୍ତୁ।

Education Next Season 5
Sponsored
The deadliest tsunami in history | Argus News