Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରିଗଲା ସମୟସୀମା, ଭାରତ ଛାଡି ପାକିସ୍ତାନ ଗଲେନି ସୀମା, ଜାଣନ୍ତୁ କାରଣ...

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସରିଗଲା ସମୟସୀମା, ଭାରତ ଛାଡି ପାକିସ୍ତାନ ଗଲେନି ସୀମା, ଜାଣନ୍ତୁ କାରଣ...

୨୯ ଏପ୍ରିଲ ସୁଦ୍ଧା ପାକିସ୍ତାନ ଫେରିଯିବାର ସମୟସୀମା ସରି ଯାଇଛି । ଭାରତରେ ରହୁଥିବା ସମସ୍ତ ପାକିସ୍ତାନୀ ନିଜ ଦେଶକୁ ଫେରି ଯାଇଛନ୍ତି । ଗତ ଚାରିଦିନରୁ ଅଟ୍ଟାରୀ ବର୍ଡର ଦେଇ ପାଖାପାଖି ୫୩୭ ଜଣ ପାକିସ୍ତାନୀ ନିଜ ଦେଶକୁ ଚାଲି ଯାଇଛନ୍ତି । ଅନେକ ପାକିସ୍ତାନୀ ଏୟରପୋର୍ଟ ଦ୍ଵାରା ମଧ୍ୟ ଭାରତ ଛାଡି ସାରିଛନ୍ତି ।

ଉତ୍ତରପ୍ରଦେଶରୁ ୧୧୮ର ଜଣ ପାକିସ୍ତାନୀ ଭାରତ ଛାଡି ଯାଇଛନ୍ତି । ହେଲେ ଜଣେ ପାକିସ୍ତାନୀ ଉତ୍ତରପ୍ରଦେଶରେ ଏବେ ଯାଏଁ ରହିଛନ୍ତି । ସେ ହେଉଛନ୍ତି ସୀମା ହାଇଦର । ସୀମା ଭାରତକୁ ଯେତେବେଳେ ଆସିଥିଲେ ସେତେବେଳେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଭାରତ ଆସିବା ବେଳେ ତାଙ୍କ ନାଁ ସୀମା ହାଇଦର ଥିଲା ପରେ ତାଙ୍କ ନାଁ ବଦଳାଯାଇ ସୀମା ମୀଣା ସେ ରଖିଥିଲେ ।

ତେବେ ବିଦେଶ ସଚିବଙ୍କ ନିୟମ ଅନୁଯାୟୀ ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କ ୧୪ଟି କାଟାଗୋରୀର ଭିସା ରଦ୍ଦ କରାଯିବ । ଏହି କାଟାଗୋରୀରେ ଥିବା ଭିସା ଧାରକମାନେ ଭାରତ ଛାଡିବେ । ଏହି ଧାରାରେ ସବୁ ପାକିସ୍ତାନୀ ଭାରତ ଛାଡିଥିଲେ । କିନ୍ତୁ ସୀମା ଏହି କାଟାଗୋରୀରେ ଅନ୍ତର୍ଭୁକ୍ତ ନଥିଲେ । କାରଣ ସୀମା ପାଖରେ କୌଣସି ଭିସା ନଥିଲା । ସେ ବିନା ଭିସାରେ ବେଆଇନ ଭାବେ ଭାରତକୁ ପ୍ରବେଶ କରିଥିଲେ । ଭିସା ନଥିବା ଯୋଗୁଁ ସେ ଭାରତରେ ରହିଗଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The deadline has passed, seema haidar has not left India, know the reason | Argus News