Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Dharmendra Pradhan / 'ଦେବାଙ୍ଗ ସମ୍ପ୍ରଦାୟ ଭାରତର ବୟନ ଶିଳ୍ପର ସଂରକ୍ଷକ'

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
'ଦେବାଙ୍ଗ ସମ୍ପ୍ରଦାୟ ଭାରତର ବୟନ ଶିଳ୍ପର ସଂରକ୍ଷକ'
Dharmendra Pradhan

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର 'ଓବିସି କମିଶନ'କୁ ସାମ୍ବିଧାନିକ ମାନ୍ୟତା ଦେଇ ପଛୁଆ ବର୍ଗକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛନ୍ତି ।

ଓବିସି ଏବଂ ବୁଣାକାର ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ବେଙ୍ଗାଲୁରୁ ଠାରେ ଦେବାଙ୍ଗ ସଂଘର ଶତବାର୍ଷିକୀ ସମାରୋହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ, ଦେବାଙ୍ଗ ସମ୍ପ୍ରଦାୟ ଭାରତର ବୟନ ଶିଳ୍ପର ସଂରକ୍ଷକ । ଦେବାଙ୍ଗ ମହର୍ଷିଙ୍କ ପବିତ୍ର ପରମ୍ପରାକୁ ପାଥେୟ କରି ଏହି ସମ୍ପ୍ରଦାୟ ଶତାବ୍ଦୀ ଶତାବ୍ଦୀ ଧରି ଦେଶର ଅର୍ଥନୀତି ଓ ସଂସ୍କୃତିକୁ ସମୃଦ୍ଧ କରିଆସିଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର 'ଓବିସି କମିଶନ'କୁ ସାମ୍ବିଧାନିକ ମାନ୍ୟତା ଦେଇ ପଛୁଆ ବର୍ଗକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛନ୍ତି ।

'ବୁଣାକାର ମୁଦ୍ରା ଯୋଜନା' ଏବଂ 'ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ' ମାଧ୍ୟମରେ ବୁଣାକାରମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ୨୦୪୭ ସୁଦ୍ଧା ଏକ 'ବିକଶିତ ଭାରତ' ଗଠନ ପାଇଁ 'ସବ୍‌କା ସାଥ୍, ସବ୍‌କା ବିକାଶ'ର ମନ୍ତ୍ର ଅତ୍ୟନ୍ତ ଜରୁରୀ । ଦେବାଙ୍ଗ ସମ୍ପ୍ରଦାୟର ପରିଶ୍ରମ ଓ ନିଷ୍ଠା ଭାରତକୁ ବିଶ୍ୱର ଅଗ୍ରଣୀ ଅର୍ଥନୀତି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ସେହିପରି ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରୁଥିବା ସ୍ପେଶ ଫିଲ୍ଡର ଟିମକୁ ଭେଟିଥିଲେ । ସେ କହିଥିଲେ, ଓଡ଼ିଶାର ଯୁବକମାନେ ଭାରତର ଷ୍ଟାର୍ଟଅପ୍ ବିପ୍ଳବକୁ ଅଧିକ ଶକ୍ତିଶାଳୀ କରିବା ସହ ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛନ୍ତି । ଆମ ଯୁବପିଢ଼ିଙ୍କ ମଧ୍ୟରେ ଥିବା ପ୍ରତିଭା, ନବସୃଜନ ଏବଂ ଉଦ୍ୟୋଗୀ ମନୋଭାବ ଭାରତକୁ ‘ଡିପ୍-ଟେକ୍’ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଶକ୍ତି ଭାବେ ଉଭା କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | The Debang community is the guardian of the textile industry in India, Said Dharmendra Pradhan | Argus News