Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୈତାନର ଖେଳ ଖତମ୍, ଏବେ ଖୋଲିବ ପାକିସ୍ତାନର ପୋଲ୍

Rashmita Mishra
Browse all articles by Rashmita Mishra
·1 year ago·2 min read
ସୈତାନର ଖେଳ ଖତମ୍, ଏବେ ଖୋଲିବ ପାକିସ୍ତାନର ପୋଲ୍

ଭାରତ ଆସୁଛି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ତହବୁର ହୁସେନ୍‌ ରାଣା। ଆମେରିକାରେ ବନ୍ଦୀ ଥିବା ତହବୁରକୁ ଭାରତକୁ ପ୍ରତ୍ୟର୍ପଣ ପରେ ତାକୁ ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଣାଯାଉଛି। ନୂଆଦିଲ୍ଲୀରେ ପହଞ୍ଚିବା ପରେ ତହବୁରକୁ ଜେରା କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। NIAର ଏକ ସ୍ବତନ୍ତ୍ର ଟିମ୍ ଏକ ସ୍ବତନ୍ତ୍ର ବିମାନରେ ତହବୁରକୁ ନେଇ ଆମେରିକାରୁ ଫେରୁଛନ୍ତି। ଆତଙ୍କୀ ତହବୁର ରାଣାର ପ୍ରତ୍ୟର୍ପଣ ଭାରତ ପାଇଁ ପାଲଟିଛି ମୋଦି ସରକାରଙ୍କ ଅନ୍ୟତମ ବଡ଼ କୂଟନୈତିକ ସଫଳତା। ସୁରକ୍ଷା ଦୃଷ୍ଟିରୁ ଆମେରିକାରୁ ଭାରତ ଆସିବା ବାଟରେ ଏକ ଗୁପ୍ତ ସ୍ଥାନରେ କିଛି ସମୟ ରହଣି ପରେ ଭାରତ ଫେରିବାର ଯୋଜନା ରଖିଛି NIA। ଏପଟେ ଭାରତରେ ତହବୁରର ଆଗାମୀ ଠିକଣା ସାଜିବ ତିହାର ଜେଲ୍। ତିହାର ଜେଲରେ ରହିବ 26/11 ନରସଂହାରର ଗୋଟିଚାଳକ ସୈତାନ ତହବୁର ରାଣା। ତହବୁର ରାଣା ମାମଲାର ପରିଚାଳନା ପାଇଁ ଓକିଲ ନରେନ୍ଦ୍ର ମାନଙ୍କୁ ସ୍ପେଶାଲ୍ ପବ୍ଲିକ୍ ପ୍ରୋସିକ୍ୟୁଟର ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର।


ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ତହବୁର ହୁସେନ୍‌ ରାଣାଙ୍କ ସବୁ ପ୍ରକାର ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆମେରିକା ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିଛି। ରାଣାକୁ ଏକ ସ୍ବତନ୍ତ୍ର ବିମାନରେ ଭାରତକୁ ଅଣାଯାଉଛି। ବିମାନଟି ଆଜି ଭାରତରେ ଅବତରଣ କରିପାରେ। ରାଣାର ପ୍ରତ୍ୟାର୍ପଣ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆମେରିକାର ପ୍ରଧାନ ବିଚାରପତି ସୋମବାର ମନା କରିଦେଇଥିଲେ। ଆତଙ୍କୀ ତହବୁର ରାଣାର ପ୍ରତ୍ୟାର୍ପଣ ଆମେରିକା ସର୍ବୋଚ୍ଚ ଅଦାଲତରେ ଭାରତର ସବୁଠୁ ବଡ଼ ସଫଳତା ସାଜିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ କୂଟନୀତି ସହ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ରଣନୀତି ଯୋଗୁ ଏହା ସମ୍ଭବ ହୋଇପାରିଛି। NIAର ଏକ ସ୍ବତନ୍ତ୍ର ଟିମ୍ ଏକ ସ୍ବତନ୍ତ୍ର ବିମାନରେ ତହବୁରକୁ ସାଥିରେ ନେଇ ଆମେରିକାରୁ ଫେରୁଛନ୍ତି। ହେଲେ NIA ଆମେରିକାରୁ ସିଧା ଭାରତ ନଆସି ରୁଟରେ ପରିବର୍ତ୍ତନ କରିଛି। ସୁରକ୍ଷା ଦୃଷ୍ଟିରୁ ଆମେରିକାକୁ ଭାରତ ଉଡ଼ାଣ ଭିତରେ ଏକ ସିକ୍ରେଟ ପ୍ଲେସରେ କିଛି ସମୟର ହଲ୍ଟ କରି ଭାରତ ଫେରିବାର ଯୋଜନା ରଖିଛି NIA। ଏପଟେ ଭାରତରେ ତହବୁରର ଆଗାମୀ ଠିକଣା ସାଜିବ ତିହାର ଜେଲ। ତିହାର ଜେଲରେ ରହିବ 26/11 ନରସଂହାରର ଗୋଟିଚାଳକ ସୈତାନ ଥିଲା ତହବୁର ରାଣା।

Sponsored
the-devils-game-is-over-pakistans-polls-will-now-open | Argus News