Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରୋଗୀଙ୍କ ପାଇଁ ସାଜିଲେ ଉଦାହରଣ , ୪୨ ଦିନରେ ୨୫ କେଜି କମାଇଲେ ଡାକ୍ତର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରୋଗୀଙ୍କ ପାଇଁ ସାଜିଲେ ଉଦାହରଣ , ୪୨ ଦିନରେ ୨୫ କେଜି କମାଇଲେ ଡାକ୍ତର

ମାତ୍ର ୪୨ ଦିନରେ ୨୫ କେଜି କମାଇଲେ ଡାକ୍ତର । ରୋଗୀମାନଙ୍କ ପାଇଁ ସାଜିଲେ ଉଦାହରଣ । ଯେଉଁ ରୋଗୀମାନେ ନିଜର ଅତ୍ୟଧିକ ଓଜନକୁ ନେଇ ଚିନ୍ତାରେ ଥିଲେ, ସେମାନଙ୍କ ଏକ ଉଦାହରଣ ସୃଷ୍ଟି କରିବା ସହ ପ୍ରେରଣା ଦେଇଛନ୍ତି ଡାକ୍ତର । ସେ ନିଜର ଓଜନ ହ୍ରାସ କରିବା ସହ ଅନେକ ବଡିବିଲ୍ଡିଂ ପ୍ରତିଯୋଗିତାରେ ବିଜେତା ହୋଇ ପ୍ରାଇଜ ଆଣିଛନ୍ତି । ଯାହା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରିପୋର୍ଟ ମୁତାବକ ୩୧ ବର୍ଷୀୟ ଡାକ୍ତର ପୂର୍ବ ବର୍ଷ ୯୭.୫ କେଜିରେ ପହଞ୍ଚିଥିଲେ । ଏହାପରେ ସେ ଫ୍ୟାଟି ଲିଭର ରୋଗରେ ପୀଡିତ ହୋଇଥିଲେ । ସେଥିପାଇଁ ସେ ସ୍ଥିର କରିଥିଲେ କି ନିଜର ଓଜନ କମାଇବେ । ଏବଂ ମାତ୍ର ୪୨ ଦିନରେ ସେ ନିଜର ଓଜନ ୨୫ କେଜି କମାଇଛନ୍ତି । ସେ କହିଛନ୍ତି, ଏହାଦ୍ବାରା ସେ ନିଜେ ଫିଟ୍ ହୋଇଛନ୍ତି, ଏଥିସହ ନିଜ ରୋଗୀମାନଙ୍କୁ ମଧ୍ୟ ପ୍ରେରଣା ଦେଇଛନ୍ତି ।
ସେ କହିଛନ୍ତି, ଯଦି ସେ ନିଜ ଶରୀରକୁ ବଞ୍ଚାଇ ପାରୁ ନାହାନ୍ତି, ତେବେ ଅନ୍ୟମାନଙ୍କୁ କେମିତି ବଞ୍ଚାଇବେ ?ସେ ପ୍ରତିଦିନ ନିଜର ଓଜନ କମାଇବା ପାଇଁ ୨ ଘଣ୍ଟା ବ୍ୟାୟାମ କରନ୍ତି । ଏବଂ ୫ରୁ ୬ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତି ।

ଡାକ୍ତର ଆହୁରି ମଧ୍ୟ କହିଛନ୍ତି, ଯଦି ଆପଣ ଅଧିକ ଦିନର ପ୍ଲାନ କରି ପତଳା ହେବାକୁ ଚାହୁଁଛନ୍ତି, ତେବେ ଏଥିପ୍ରତି ଜିଦ ରଖନ୍ତୁ ଏବଂ କଠୋର ହୁଅନ୍ତୁ । ମୁଁ କିନ୍ତୁ ସ୍ବଳ୍ପ ଦିନରେ ପତଳା ହେବାର ଷ୍ଟ୍ରାଟେଜି ଆପଣେଇଥିଲି । ଏବଂ ଯେଉଁଥିପାଇଁ ଖୁବ କମ ପରିମାଣର ଖାଦ୍ୟ ଆବଶ୍ୟକ କରୁଥିଲି ।"
ଯଦି ଲୋକମାନେ ଏକ ସୁସ୍ଥ ଜୀବନଶୈଳୀ ଚାହୁଁଥାନ୍ତି, ତେବେ ସୁସ୍ଥ ଖାଇବା, ପର୍ଯ୍ୟାପ୍ତ ନିଦ ଏବଂ ପ୍ରତିଦିନ ବ୍ୟାୟାମ କରିବା ନିହାତି ଦରକାର । ଏଥିସହ ସୁସ୍ଥ ମାନସିକତା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The doctor losses 25 kg in 42 days , set an example for patient | Argus News