Videos
|
National

ମମତାଙ୍କ ସହ ବୈଠକ ପାଇଁ ସର୍ତ୍ତ ରଖିଲେ ଡାକ୍ତର

Ritu Das
Browse all articles by Ritu Das
·2 years ago·1 min read
ମମତାଙ୍କ ସହ ବୈଠକ ପାଇଁ ସର୍ତ୍ତ ରଖିଲେ ଡାକ୍ତର

ଅର୍ଗସ ବ୍ୟୁରୋ: କୋଲକତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ଅନେକ ଦିନ ଧରି ଆନ୍ଦୋଳନ ଚାଲିଆସୁଛି। ପ୍ରତିବାଦକାରୀ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହି ଅବରୋଧ ଶେଷ କରିବାକୁ ତାଙ୍କ ସହ ଆଲୋଚନା କରିବାକୁ କେତକ ସର୍ତ୍ତ ପୂରଣ କରିବାକୁ  ଦାବି କରିଛନ୍ତି।

ଖବର ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟ ସଚିବ ମନୋଜ ପନ୍ତ ଆନ୍ଦୋଳନରତ ଡାକ୍ତରଙ୍କୁ ଚିଠି ମାଧ୍ୟମରେ ସେମାନଙ୍କୁ ରାଜ୍ୟ ସଚିବାଳୟ 'ନବାନ୍ନ' କୁ ୧୨-୧୫ ଜଣିଆ ଡାକ୍ତର ଦଳ ବୈଠକରେ ଯୋଗଦେବା ପାଇଁ ଡାକିଥିଲେ। କିନ୍ତୁ ଆନ୍ଦୋଳନକାରୀ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ସହିତ ବୈଠକ ପାଇଁ ସର୍ତ୍ତ ରଖିଛନ୍ତି। ସେଥିରେ କୁହାଯାଇଛି ଯେ ବୈଠକକୁ ୩୦ ଜଣିଆ ଡାକ୍ତର ପ୍ରତିନିଧି ଦଳ ରାଜ୍ୟ ସରକାର ଏବଂ ମୁଖ୍ୟ ସଚିବଙ୍କୁ ଭେଟିବାକୁ ଯିବେ। ଏହା ସହ ଇମେଲ ମାଧ୍ୟମରେ ସୂଚନା ଦେଇଛନ୍ତି ଏବଂ କୁହାଯାଇଛି ଯେ ଏହି ବୈଠକ କେବଳ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିଁ ଅନୁଷ୍ଠିତ ହେବ।

ସେମାନେ ଅନ୍ୟ କାହା ସହ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବେ ଯାହା ସିଧା ପ୍ରସାରଣ କରାଯିବ। ଏକ ଖୋଲା ମଞ୍ଚରେ ଏବଂ ଗଣମାଧ୍ୟମ ପ୍ରତିନିଧୀମାନଙ୍କ ଉପସ୍ଥିତରେ ସଭା କରାଯିବ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: