Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମମତା ସରକାରଙ୍କ ପ୍ରସ୍ତାବକୁ ଡାକ୍ତରଙ୍କ ନାଁ  

Sangram Tripathy
Browse all articles by Sangram Tripathy
·1 year ago·2 min read
ମମତା ସରକାରଙ୍କ ପ୍ରସ୍ତାବକୁ ଡାକ୍ତରଙ୍କ ନାଁ  


ଅର୍ଗସ ବ୍ୟୁରୋ:ତାରିଖ ପରେ ତାରିଖ ଗଡୁଛି,କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ  ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କେବେ ମିଳିବ ନ୍ୟାୟ,ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଉ ଏଥିସହ ଟିଏମସି ସରକାର ଜନତାଙ୍କ ଭରସା ହରାଇଲେଣି। ରାଜରାସ୍ତାରେ ହକ୍ ପାଇ ଜାରି ରହିଛି ନ୍ୟାୟ ଲଢେଇ । ସାଧାରଣରେ ପ୍ରଶ୍ନ ଉଠିଲାଣି ନ୍ୟାୟ ଲଢେଇ ଆଉ କେତେ ଦିନ। ଆଉ ଏହାରି ମଧ୍ୟରେ ଆନ୍ଦୋଳନରତ ଡାକ୍ତର ବଢାଛନ୍ତି ଦିଦିଙ୍କ ଟେନସନ । ଡେଡଲାଇନ୍ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ଡାକ୍ତର। 
କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଆନ୍ଦୋଳନରେ ବସିଥିବା ଜୁନିୟର ଡାକ୍ତରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଥିଲେ ବେଙ୍ଗଲ ସରକାର। ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିବାକୁ ସରକାର ଚାହୁଁଥିବା ବେଙ୍ଗଲ ସ୍ୱାସ୍ଥ୍ୟ ସଚିବ ଇ-ମେଲ ପଠାଇଛନ୍ତି। ହେଲେ ଏହାକୁ ଗ୍ରହଣ କରି ନାହାନ୍ତି ଡାକ୍ତରମାନେ। ଆନ୍ଦୋଳନ କରୁଥିବା ଡାକ୍ତରମାନେ କହିଛନ୍ତି  ସ୍ୱାସ୍ଥ୍ୟ ସଚିବ ଇ-ମେଲ ପଠାଇବା ଆମକୁ ହତାଶ କରିଛି। କାରଣ ଆମେ ଉଠାଇଥିବା ୫ ଦାବି ମଧ୍ୟରେ ସଚିବଙ୍କ ବରଖାସ୍ତ ମଧ୍ୟ ରହିଥିଲା। ସଚିବ ଓ ରାଜ୍ୟ ଡିଏମଇଙ୍କୁ ପଦରୁ ହଟାଯିବା ପାଇଁ ଆମେ ଦାବି କରୁଛୁ ବୋଲି କହିଛନ୍ତି ଡାକ୍ତରମାନେ ।


କେବଳ ସେତିକି ନୁହେଁ, କୋର୍ଟ ଡାକ୍ତର ମାନଙ୍କୁ କାମକୁ ଫେରିବାକୁ ନିର୍ଦେଶ ଦେଇଥିଲେ,ମାତ୍ର ସୁପ୍ରିମ କୋର୍ଟଙ୍କ ପରାମର୍ଶ ମାନି ନାହାନ୍ତି ଆନ୍ଦୋଳନରତ ଡାକ୍ତର । ଆଗକୁ ଆନ୍ଦୋଳନ କାରୀ ଡାକ୍ତର ମାନଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ ଏହି ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ ଆର୍ ଜି କର୍ ମେଡିକାଲ କଲେଜର ପୂର୍ବ ପ୍ରିନସିପାଲ ସନ୍ଦିପ ଘୋଷ ଙ୍କୁ ଅର୍ଥ ଅନିଯମିତା ମାମଲାରେ ଗିରଫ କରାଯିବା ପରେ ତାଙ୍କୁ ସିବିଆଇ କୋର୍ଟ ଦ୍ବାରା ସେପ୍ଟେମ୍ବର ୨୩ ଯାଏତାଙ୍କୁ ହାଜତରେ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ,ଦିନକୁ ଦିନ ଏହି ଘଟଣାରେ ତାର ମନ୍ତବ୍ୟ ବଦଳାଉଛି। ଚର୍ଚ୍ଚା ହେଉଛି କୁଆଡେ ସନ୍ଦୀପ ଘୋଷ ଏବଂ ସଞ୍ଜୟ ରୟଙ୍କ ସହ କୁଆଡେ ରହିଛି ଟିଏମସିର ଭିତିରି ଲିଙ୍କ୍ ଯେଉଁଥିପାଇଁ 
ସରକାର କୁଆଡେ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ କୋଲକାତା ପୋଲିସ୍ ହତ୍ୟାକୁ ପ୍ରଥମେ ଆତ୍ମହତ୍ୟାର ରୂପ ଦେଇଥିଲା,ନ୍ୟାୟ ଦେବା ବଦଳରେ ତଦନ୍ତ ବାଟବଣା କରିଥିବା ଅଭିଯୋଗ ହୋଇଥିଲା ପରେ କୋର୍ଟ ଏହି ଘଟଣାକୁ ସିବିଆଇକୁ ଦେଇଥିଲେ ।ତେବେ ଯଦି ଜନସାଧରଣଙ୍କ ସମେତ ଆନ୍ଦୋଳନରତ ଡାକ୍ତର ଏମିତି ରାଜରାସ୍ତାରେ ଆନ୍ଦୋଳନ କରିଚାଲନ୍ତି ତେବେ ଦିଦିଙ୍କୁ ପଡିପାରେ ମହଙ୍ଗା। ଯେଉଁଥିପାଇଁ ଦିଦିଙ୍କୁ ଏବେ ଠୁ ଘାରିଛି ଗାଦି ଚିନ୍ତା,କଳେବଳେ କୌଶଳେ ମାମଲାକୁ ରଫାଦଫା କରିବାକୁ ଚାହୁଁଛନ୍ତି ଦିଦି, ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କେବେ ମିଳିବ ନ୍ୟାୟ,କେତେ ଦିନ ଆଉ ନ୍ୟାୟ ପାଇଁ ଅପେକ୍ଷା କରିବେ ପୀଡ଼ିତାଙ୍କ ପରିବାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The doctor's no to the Mamata government's proposal | Argus News