Videos
|
National

ଧ୍ବଂସ ହୋଇଯିବ ପୃଥିବୀ ! ୨୦୨୫ କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଧ୍ବଂସ ହୋଇଯିବ ପୃଥିବୀ ! ୨୦୨୫ କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

Key Points

ଧ୍ବଂସ ହୋଇଯିବ ପୃଥିବୀ
ପ୍ରଥମେ ଧ୍ବଂସ ହେବ ୟୁରୋପ
୨୦୨୫ରେ ଆସିବ ଅନେକ ପ୍ରାକୃତିକ ବିପର୍ଯ୍ୟୟ
୨୦୨୫ରୁ ଧ୍ବଂସ ହେବା ଆରମ୍ଭ କରିବ ପୃଥିବୀ
ବାବା ଭେଙ୍ଗା କରିଛନ୍ତି ଭବିଷ୍ୟବାଣୀ

ଅର୍ଗସ ବ୍ୟୁରୋ : ପୃଥିବୀକୁ ମାଡ଼ି ଆସୁଛି ବଡ଼ ବିପଦ । ୨୦୨୫ରୁ ଆରମ୍ଭ ହେବ ପୃଥିବୀ ଧ୍ବଂସ ହେବାର ପ୍ରକ୍ରିୟା । ସବୁଠୁ ପ୍ରଥମେ ଯଦି ଏହାର ପ୍ରଭାବ ଦେଖିବାକୁ ମିଳିବ ୟୁରୋପରେ । ବିନାଶକାରୀ ଯୁଦ୍ଧରେ ପ୍ରାୟତଃ ଧ୍ବଂସ ହୋଇଯିବ ୟୁରୋପ । ବାବା ଭେଙ୍ଗା କରିଛନ୍ତି କିଛି ଏଭଳି ଭବିଷ୍ୟବାଣୀ । ଯାହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଅରମ୍ଭ ହୋଇଛି । ଭୟର ବାତାବରଣ ଖେଳିଯାଇଛି ।
ପୂର୍ବରୁ ମଧ୍ୟ ଅନେକ ଥର ଭେଙ୍ଗାବାବାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ ରହିଆସିଛି । ବୁଲଜେରିଆରର ମହିଳା ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ଫ୍ରାନ୍ସର ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ ସହ ଅନେକାଂଶରେ ମେଳ ଖାଏ ।


ଏବେ ୨୦୨୫ ଆରମ୍ଭରୁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଶ୍ବସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୫ରେ ଏକ ବିନାଶକାରୀ ଯୁଦ୍ଧରେ ଧ୍ବଂସ ହୋଇଯିବ ୟୁରୋପ । ପୃଥିବୀ ସମ୍ପୁର୍ଣ୍ଣ ଧ୍ବଂସ ହେବାର ପ୍ରକ୍ରିୟା ୨୦୨୫ରୁ ଆରମ୍ଭ ହୋଇଯିବି । ଅନେକ ପ୍ରାକୃତିକ ବିପର୍ଯ୍ୟୟ ଏହି ବର୍ଷ ଦେଖାଯିବ । ଯେଉଁଥିରେ ଅନେକ ଲୋକ ମୃତ୍ୟୁ ବରଣ କରିବେ । ଆମେରିକାର ପଶ୍ଚିମ ଉପକୂଳରେ ଭୂକମ୍ପ ଏବଂ ନିଷ୍କ୍ରିୟ ଆଗ୍ନେୟଗିରି ଉଦ୍ଗୀରଣ ଭଳି ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା । ୨୦୨୫ ମଣିଷ ସହ ଏଲିୟନ ସମ୍ପର୍କରେ ଆସିବେ । ପୁଟିନଙ୍କ ଉପରେ ହତ୍ୟା ଭଳି ଉଦ୍ୟମ କରାଯିବ ।

ସେ କହିଛନ୍ତି, ୨୦୩୩ ମସିହା ବେଳକୁ ଗ୍ଲାସିୟର ତରଳି ସମୁଦ୍ରର ସ୍ଥର ବୃଦ୍ଧି ପାଇବାରେ ଲାଗିବ । ୩୭୯୭ ମସିହା ବେଳକୁ ମାନବଜାତିର ଅନ୍ତ ହେବା ଆରମ୍ଭ ହୋଇଯିବ । ୫୦୭୯ ମସିହା ବେଳକୁ ବିଶ୍ବ ସମ୍ପୁର୍ଣ୍ଣ ଶେଷ ହୋଇଯିବ । ସେହିପରି ଫ୍ରାନ୍ସ ନୋଷ୍ଟ୍ରାଡାମସ୍‌ଙ୍କ ଅନେକ ଭବିଷ୍ୟବାଣୀ ମଧ୍ୟ ଭେଙ୍ଗାବାବାଙ୍କ ଭବିଷ୍ୟବାଣୀ ସହ ମେଳ ଖାଉଛି । ସେ ମଧ୍ୟ ୨୦୨୫ରେ ୟୁରୋପର ଭୟଙ୍କର ଯୁଦ୍ଧ ଉପରେ ଲେଖିଛନ୍ତି । ଏହି ବର୍ଷ ଏକ ବିନାଶକାରୀ ସଂଘର୍ଷ ଓ ମହାମାରୀ ପରେ ବ୍ରିଟେନ ଧ୍ବଂସ ହୋଇଯିବାର ପୂର୍ବାନୂମାନ କରିଛନ୍ତି ନୋଷ୍ଟ୍ରାଡାମସ୍ ।
ପୂର୍ବରୁ ଭେଙ୍ଗାବାବାଙ୍କ ରାଜକୁମାରୀ ଡାୟନାଙ୍କ ମୃତ୍ୟୁ, ଥାଇଲାଣ୍ଡରେ ସୁନାମି , ମହାମାରୀ, ବାରାକ୍ ୱାମା ରାଷ୍ଟ୍ରପତି ହେବା ଆଦି କଥା ସତ ହୋଇଥିଲା ।
ତେବେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ , ବୁଲେଜେରିଆର ମହିଳା ଭବିଷ୍ୟବକ୍ତା ଥିଲେ ଭେଙ୍ଗା ବାବା । ଯିଏ ଜନ୍ମରୁ ଅନ୍ଧ ଥିଲେ । ବାବା ଭେଙ୍ଗାଙ୍କର ୧୯୯୬ରେ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ସେ ୫୦୭୯ ମସିହା ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟବାଣୀ କରିଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The earth will be destroyed! Baba Venga's prediction about 2025 | Argus News