ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ଭୋଟ ଗଣତି ତାରିଖ ପରିବର୍ତ୍ତନ
·2 years ago

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ। ଶନିବାର ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିବା ବେଳେ ନିର୍ବାଚନ ଆୟୋଗ ଲୋକସଭା ଏବଂ ଚାରିଟି ବିଧାନସଭା ନିର୍ବାଚନର ଫଳାଫଳ ଜୁନ୍ ୪ ତାରିଖରେ ଆସିବ ଘୋଷଣା କରିଥିଲେ।
କିନ୍ତୁ ଆୟୋଗ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ନିର୍ବାଚନର ରେଜଲ୍ଟ ଜୁନ୍ ୨ରେ ଘୋଷଣା ହେବ। ଏପ୍ରିଲ ୧୯ରେ ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ। ସେହି ଦିନ ଉଭୟ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ହେବ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
