ଧ୍ଵଂସ ହେଲା ଛଙ୍ଗୁର ବାବାଙ୍କ ସାମ୍ରାଜ୍ୟ, ବ୍ରେନ ୱାଶ୍ କରି କରାଉଥିଲେ ଧର୍ମାନ୍ତରୀକରଣ

Key Points
୪୦ଟି ଆକାଉଣ୍ଟରେ ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା
ଝିଅଙ୍କୁ ବ୍ରେନ ୱାଶ୍ କରି କରାଉଥିଲେ ଧର୍ମାନ୍ତରୀକରଣ
ତାବିଜ ବ୍ୟାପାରରୁ ଆଲିସାନ ବଙ୍ଗଳା
ଭାରତକୁ ଇସଲାମିକ ଦେଶ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ
କିଛି ଏମିତି ଥିଲା ଜମାଲୁଦ୍ଦିନ ଓରଫ ଛଙ୍ଗୁର ବାବାଙ୍କ କଳା କାରନାମା । ଯାହା ବର୍ତ୍ତମାନ ସମସ୍ତଙ୍କ ସାମ୍ନାରେ ପର୍ଦ୍ଦାଫାଶ ହୋଇଛି । ଛଙ୍ଗୁର ବାବାଙ୍କ ଧର୍ମାନ୍ତରୀକରଣର ନେଟୱାର୍କ କେବଳ ଭାରତ ନୁହେଁ ବିଦେଶ ଯାଏଁ ମଧ୍ୟ ବ୍ୟାପିଥିଲା । ଝିଅମାନଙ୍କ ବ୍ରେନୱାଶ କରି ହିନ୍ଦୁ ସବୁ ବର୍ଗର ଝିଅଙ୍କୁ ଇସଲାମ ଧର୍ମରେ ଧର୍ମାନ୍ତରୀକରଣ କରୁଥିଲେ । ପାଖାପାଖି ୧୦ ବର୍ଷ ହେବ ଲୋକଙ୍କ ସହ ଏପରି ଖେଳୁଥିଲେ ଛଙ୍ଗୁର ବାବା । ହେଲେ ବର୍ତ୍ତମାନ ତାଙ୍କର ସବୁ ଖେଳର ପର୍ଦ୍ଦାଫାଶ ହୋଇଛି । ଏହି ଛଙ୍ଗୁର ବାବା ଏବଂ ତାଙ୍କର ସହଯୋଗୀ ନିତୁଙ୍କୁ ଗିରଫ କରାଯାଇଛି । ଏବଂ ଯୋଗୀଙ୍କ ବୁଲଡୋଜର ଦ୍ଵାରା ତାଙ୍କ ଆଲିସାନ ବଙ୍ଗଳାକୁ ଯୋଗୀଙ୍କ ବୁଲଡୋଜର ଦ୍ଵାରା ଭଙ୍ଗାଯାଇଛି ।
ଛଙ୍ଗୁର ବାବା ବଳରାମପୁରର ଉତରୌଲାରେ ନିଜର ସ୍ଥାପତ୍ୟ ବିସ୍ତାର କରିଛନ୍ତି । ନିଜକୁ ପୀର ବାବା ବୋଲି କହି ସେ ଦାବି କରୁଥିଲେ । ପ୍ରଥମେ ସେ ଲୋକଙ୍କୁ ମୁଦି ଏବଂ ତାବିଜ ବିକ୍ରି କରୁଥିଲେ । ଧିରେଧିରେ ନିଜର ଗ୍ୟାଙ୍ଗ ତିଆରି କରିବାରେ ଲାଗିଥିଲେ । ଯେଉଁ ଗ୍ୟାଙ୍ଗରେ ଥିବା କିଛି ମୁସଲିମ ଯୁବକ ହିନ୍ଦୁ ହବାର ନାଟକ କରି ହିନ୍ଦୁ ଝିଅ ମାନଙ୍କ ସହ ମିଶୁଥିଲେ । ଏବଂ ତାଙ୍କ ସହ ମିଶି ତାଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ପରେ ବିବାହ କରି ଇସଲାମ ଧର୍ମ କୁବୁଲ୍ କରିବାକୁ କହୁଥିଲେ । ଏହାପରେ ସେମାନଙ୍କୁ ଜୋର ଜବରଦସ୍ତ ବ୍ରେନ ୱାଶ କରାଇ ଧର୍ମପରିବର୍ତ୍ତନ କରାଉଥିଲେ । ଏଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ମିଳୁଥିଲା । ବ୍ରାହ୍ମଣ ଝିଅଙ୍କ ଧର୍ମ ପରିବର୍ତ୍ତନ କଲେ ସେମାନଙ୍କ ପାଇଁ ୧୬ ଲକ୍ଷ, ପଛୁଆ ବର୍ଗର ଜାତିର ଝିଅଙ୍କ ଧର୍ମପରିବର୍ତ୍ତନ କଲେ ୧୨ ଲକ୍ଷ ଏବଂ ଦଳିତ ଝିଅମାନଙ୍କର ଧର୍ମ ପରିବର୍ତ୍ତନ କଲେ ତାଙ୍କୁ ୧୦ ଲକ୍ଷ ମିଳୁଥିଲା । ନାବାଳିକା ମାନଙ୍କୁ ବି ଧର୍ମପରିବର୍ତ୍ତନ କରାଇବା କାମ କରୁଥିଲା ଏହି ଗ୍ୟାଙ୍ଗ ।
ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ।