ଟିଏମସି ମନ୍ତ୍ରୀ ତଥା ମମତାଙ୍କ ସହଯୋଗି ଚନ୍ଦ୍ରନାଥ ସିହ୍ନାଙ୍କ ଘରେ ଇଡି ଚଢ଼ାଉ
·2 years ago

ଅର୍ଗସ ବ୍ୟୁରୋ: ଇଡି କବଜ୍ଜାରେ ଟିଏମସି ମନ୍ତ୍ରୀ ତଥା ମମତାଙ୍କ ସହଯୋଗି ଚନ୍ଦ୍ରନାଥ ସିହ୍ନା। ଶୁକ୍ରବାର ସକାଳେ ବିରଭୂମ ଅଂଚଳରେ ଚନ୍ଦ୍ରନାଥ ସିହ୍ନାଙ୍କ ଘରେ ଚଢାଉ କରିଥିଲା। ଶିକ୍ଷକ ନିଯୁକ୍ତି ମାମଲାରେ ହେରଫେର ନେଇ ଇଡି ଟିଏମସି ମନ୍ତ୍ରୀଙ୍କୁ ଜେରା କରିଛି। ଇଡି ଟିମ୍ ସହିତ ସୁରକ୍ଷା ଜାଂଚ କର୍ମୀ ବିରଭୂମର ବୋଲପୁର ଠାରେ ପହଂଚି ତାଙ୍କ ବାସଭବନକୁ ଘେରାଉ କରିଥିଲେ। ଚନ୍ଦ୍ରନାଥ ସିହ୍ନା ପଶ୍ଚିମବଙ୍ଗର ମମତା ସରକାରରେ କ୍ଷୁଦ୍ର ଓ କୁଟୀର ଶିଳ୍ପ ମନ୍ତ୍ରୀ ରହିଛନ୍ତି। ତେବେ ନିର୍ବାଚନ ତାରିଖ ଘୋଷଣା ପରେ ଇଡିର ଏହି ଚଢାଉକୁ ନେଇ ଟିଏମସି ନେତା ଏବଂ ମନ୍ତ୍ରୀ ମାନଙ୍କ ମଧ୍ୟରେ ହଡକମ୍ପ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: