ସୈନ୍ୟଶକ୍ତିର ପରାକ୍ରମ ପୂରା ବିଶ୍ବ ଦେଖିଛି: ଧର୍ମେନ୍ଦ୍ର ପ୍ରଧାନ

Key Points
ଅପରେସନ ସିନ୍ଦୂରର ସଫଳତା
ତିନି ସେନାକୁ ଓଡ଼ିଶା ତରଫରୁ ଶୁଭେଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଅପରେସନ ସିନ୍ଦୂରର ସଫଳତା ପରେ ତିନି ସେନାକୁ ଓଡ଼ିଶା ତରଫରୁ ଶୁଭେଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଗ୍ରବାଦୀଙ୍କୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପାକିସ୍ତାନ ଭିତରେ ତାଙ୍କ ଆଡ୍ଡାକୁ ନଷ୍ଟ କରାଯାଇଛି । ସୈନ୍ୟଶକ୍ତିର ପରାକ୍ରମ ପୂରା ବିଶ୍ବ ଦେଖିଛି। ମନୋବଳ ଦୃଢ଼ କରିବାକୁ ସଭିଙ୍କୁ ଆହ୍ବାନ କରାଯାଇଛି । ସେନାକୁ ସମର୍ଥନ କରିବାକୁ ପରାକ୍ରମ ଶୋଭାଯାତ୍ରା ଆୟୋଜିତ କରାଯାଉଛି ।
ଗୋପାଳପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଭାର୍ଗବା ଅସ୍ତ୍ର ନୂଆ ଭାବରେ ନିର୍ମିତ ହୋଇଛି। ଭାରତର ଏୟାର ଡିଫେନ୍ସ ସିଷ୍ଟମ କୁ ଆହୁରି ଆଧୁନିକ କରିବ ଏହି ଭାର୍ଗବା ଅସ୍ତ୍ର । DRDOର ଏ ସଫଳତା ପରେ ଓଡିଶା ଆଜି ଗର୍ବିତ । ବିପକ୍ଷ ଦଳ ଦାୟିତ୍ବ ସଂପନ୍ନ ବ୍ୟବହାର କରିବା ଦରକାର । ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ପାକିସ୍ଥାନର ଏତେ ଭିତରେ ମିଶାଇଲ ପଡ଼ିଛି। ଏହା ଗୌରବ ର କଥା। ବିପକ୍ଷ ଧର୍ଯ୍ୟ ଧରନ୍ତୁ । ପହଲଗାମର ବଦଲା ନେଇଛନ୍ତି ଭାରତୀୟ ସେନା। ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଉଚିତ ଜବାବ ଦିଆଯାଇଛି।