ଡବଲ୍ ଇଞ୍ଜିନ ସରକାରରେ ବଦଳିବ ଝାଡଖଣ୍ଡର ଭାଗ୍ୟ

ଅର୍ଗସ ବ୍ୟୁରୋ: ବିଜେପି ଅର୍ଥ ବିକାଶ । ଡବଲ୍ ଇଞ୍ଜିନ ସରକାରରେ ବଦଳିବ ଝାଡଖଣ୍ଡର ଭାଗ୍ୟ । ଝାଡଖଣ୍ଡ ଭାବନାଥପୁରରେ ନିର୍ବାଚନୀ ରାଲିରେ ଏଭଳି ଆହ୍ବାନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଯୋଗୀ କହିଛନ୍ତି, ବିଜେପି…. ବିକାଶ, ସୁରକ୍ଷା ଓ ସୁଶାସନର ପ୍ରତୀକ । ସେଥିପାଇଁ ହରିୟାଣା ସମେତ ଅନେକ ରାଜ୍ୟରେ ବିଜେପିକୁ ସଫଳତା ମିଳିପାରିଛି । ଝାଡଖଣ୍ଡର ସରକାର ଉପରେ ସିଧା ନିଶାନା ସହ ଯୋଗୀ କହିଛନ୍ତି, ଏଠାରେ ଭ୍ରଷ୍ଟାଚାର, ମାଫିଆରାଜ ଏବଂ ପ୍ରାକୃତିକ ସମ୍ବଳ ଚୋରି ଚରମ ସୀମାରେ ପହଞ୍ଚିଛି। ନେତାମାନେ ନିଜର ପରିବାର ଓ ସମ୍ପର୍କୀୟଙ୍କୁ ଲାଭ ପହଞ୍ଚାଇବାକୁ ରାଜ୍ୟରେ ଲୁଟ୍ ମଚାଇଛନ୍ତି । ଯୁବକମାନେ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି । ଡବଲଇଞ୍ଜିନ ସରକାର ହେଲେ ଏଠାରେ ବିକାଶ କାର୍ଯ୍ୟରେ ତୀବ୍ରତା ଆସିବା ବୋଲି କହିଛନ୍ତି ସେ । ସେହିପରି ବିଜେପି ସରକାର ଆସିଲେ ପ୍ରଥମେ ମାଫିଆ ଏବଂ ଚୋର ତସ୍କରଙ୍କୁ ସଫା କରିବ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଅଧିକ ପଢ଼ନ୍ତୁ ଦେଶ ଖବର:
