Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତା 13ରେ ଭିନେଶ ଫୋଗାଟଙ୍କ ମାମଲାର ଆସିବ ଚୂଡ଼ାନ୍ତ ରାୟ 

Manini Pattanayak
Browse all articles by Manini Pattanayak
·1 year ago
ଆସନ୍ତା 13ରେ ଭିନେଶ ଫୋଗାଟଙ୍କ ମାମଲାର ଆସିବ ଚୂଡ଼ାନ୍ତ ରାୟ 

ନୂଆଦିଲ୍ଲୀ: ଭିନେଶ ଫୋଗାଟଙ୍କ ମାମଲାରେ ଆସନ୍ତା 13 ତାରିଖରେ ଆସିବ ଚୂଡ଼ାନ୍ତ ରାୟ । କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସ ବା CAS ରେ ଭିନେଶଙ୍କ ଆବେଦନ ପରେ ଉଭୟ ପକ୍ଷ ନିଜ ନିଜର ପକ୍ଷ ରଖି ସାରିଛନ୍ତି । ମାମଲାର ଚୂଡ଼ାନ୍ତ ରାୟ ଆସିବା ନେଇ CAS ପକ୍ଷରୁ କୁହାଯାଇଛି ।

ପୂର୍ବ ଘୋଷଣା ଅନୁସାରେ ଭାରତୀୟ ସମୟାନୁସାରେ ଗତକାଲି ରାତି ସାଢ଼େ ୯ଟା ସୁଦ୍ଧା ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି କୁହାଯାଇଥିଲା  ।  ପରେ ଗତକାଲି ରାୟ ତାରିଖ ଘୁଞ୍ଚାଇ ଦେଇଥିଲେ ସିଏଏସ । ଓଜନ ଅଧିକ ହେବା କାରଣରୁ ୫୦ କେଜି ଫ୍ରିଷ୍ଟାଇଲ ଫାଇନାଲରୁ ବାଦ୍ ପଡ଼ିବା ପରେ CAS ଯାଇଥିଲେ ଭିନେଶ । ଯୁଗ୍ମ ଭାବେ ସିଲଭର ମେଡାଲ୍ ଦେବା ପାଇଁ ଦାବି କରିଥିଲେ ।
ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The final verdict of Vinesh Phogat's case will come on the 13th | Argus News