Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚଳିତ ଅଧିବେଶନର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍

Rashmita Mishra
Browse all articles by Rashmita Mishra
·1 year ago·2 min read
ଚଳିତ ଅଧିବେଶନର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍

ଅର୍ଗସ ବ୍ୟୁରୋ: ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ରାଷ୍ଟ୍ରପତିଙ୍କ ଅଭିଭାଷଣରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଗୁରୁତ୍ବ । ବିଶ୍ବର ୩ୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି ଭାରତ । ଗରିବୀ ସୀମା ଉପରକୁ ଉଠାଯାଇଛି ୨୫ କୋଟି ଲୋକ । AI ଓ ଡିଜିଟାଲ ଟେକ୍ନୋଲୋଜି ଦ୍ବାରା ବିଶ୍ବକୁ ଭାରତ ଦିଶା ଦେଖାଉଛି ବୋଲି କହିଛନ୍ତି ମହାମିହମ । ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ବ ଦିଆଯାଉଛି । ୧୩ ଭାଷାରେ ଏବେ ପରୀକ୍ଷା ପରିଚାଳନା ହେଉଛି। ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢ଼ିଛି । ମଧ୍ୟବିତ୍ତ ଯେତେ ବଡ଼ ସ୍ବପ୍ନ ଦେଖିବ, ଦେଶ ସେତେ ଆଗେଇବ । ଶିଶୁ-ମାତୃ ମୃତ୍ୟୁ ହାରରେ ସୁଧାର ଆସିଛି । କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି ହଟାଯାଇଛି । ମହିଳାଙ୍କୁ ସଶକ୍ତ କରିବାର ଆମ ସରକାରର ଲକ୍ଷ୍ୟ'। ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି।


ଏବେ ୧ କୋଟି ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି। ଡ୍ରୋନ୍ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି। ଅଲିମ୍ପିକ୍ସରେ ଦେଶର ଝିଅମାନେ ପଦକ ଜିତୁଛନ୍ତି । ଆଜିର ମହିଳା ଲଢ଼ୁଆ ବିମାନ ଉଡ଼ାଉଛନ୍ତି। ସେପଟେ ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ ହୋଇଛି । ଦୌଡୁଛି ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍ । । ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଛି'। ପିଏମ୍ ଗତି ଶକ୍ତି ଦ୍ବାରା ଦେଶରେ କନେକ୍ଟିଭିଟି ବଢ଼ିଛି । ଦେଶରେ ରେଲୱେ ନେଟୱର୍କ ଓ ବିମାନ ବନ୍ଦର ସଂଖ୍ୟା ବଢ଼ିଛି । କାଶ୍ମୀରରେ ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ନିର୍ମାଣ ହୋଇଛି। ଦେଶରେ ମେଟ୍ରୋ ନେଟୱର୍କ ୧ ହଜାର କିଲୋମିଟରରୁ ଅଧିକ । ଦିଲ୍ଲୀରେ ମେଟ୍ରୋର ଦ୍ରୁତ ଗତିରେ ବିସ୍ତାର ହେଉଛି। କ୍ରୀଡ଼ା ପାଇଁ ବିଶ୍ବସ୍ତରୀୟ ବାତାବରଣ ସୃଷ୍ଟି କରାଯାଉଛି'।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଏବେ ପ୍ରମୁଖ ଦେଶ'। ଦେଶରେ ରେକର୍ଡ ସଂଖ୍ୟାରେ ଡିଜିଟାଲ ପେମେଣ୍ଟ ହୋଇଛି'। ସାଇବର କ୍ରାଇମ୍ ସାମାଜିକ ସୁରକ୍ଷାରେ ବଡ଼ ଚ୍ୟାଲେଞ୍ଜ'। ଏହାର ମୁକାବିଲା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି। ୧୦ ବର୍ଷ ତଳେ ଭିତ୍ତିଭୂମି ୨ ଲକ୍ଷ କୋଟି ଥିଲା, ଏବେ ୧୧ ଲକ୍ଷ କୋଟି'। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ବାମୀତ୍ବ କାର୍ଡରେ ସାମିଲ କରାଯାଇଛି । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି। ସମସ୍ତଙ୍କୁ ଆବାସ ପାଇଁ ପଦକ୍ଷେପ ନିଆଯାଇଛି।



Sponsored
The first full budget of the current session | Argus News