Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ ଓ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଜମ୍ମୁ ଓ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ 

ନୂଆଦିଲ୍ଲୀ:  କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜମ୍ମୁ ଓ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ୨୪ଟି ବିଧାନସଭା ଆସନର ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଚି । ୧୦ବର୍ଷ ପରେ ହେଉଥିବା ଏହି ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଭୋଟର ମାନେ ଲମ୍ବା ଲାଇନରେ ଠିଆ ହୋଇ ଭୋଟ ଦେଇଥିଲେ । 

ସନ୍ଧ୍ୟା 7ଟା 30ସୁଦ୍ଧା 58.85ପ୍ରତିଶତ ଭୋଟିଂ ହାଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ।  କିସ୍ତଓ୍ବାର ଜିଲ୍ଲାରେ ସର୍ବାଧିକ ୭୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପୁଲଓ୍ବାମାରେ ସବୁଠୁ କମ୍ ୪୩ ପ୍ରତିଶତ ମତଦାନ ହୋଇଛି । ଭୋଟ୍‌ ଗ୍ରହଣ ପାଇଁ ମୋଟ 3 ହଜାର 276 ବୁଥ୍‌ର ବ୍ୟବସ୍ଥା କରାଯାଇଥିଲା । ଆସନ୍ତା ୨୫ରେ ଦ୍ବିତୀୟ ପର୍ଯ୍ୟାୟ ଓ ଅକ୍ଟୋବର ପହିଲାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଅକ୍ଟୋବର ୮ରେ ଜମ୍ମୁ ଓ କାଶ୍ମୀରର ୯୦ଟି ଆସନ ପାଇଁ ଗଣତି ହେବ ।  
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The first phase of assembly elections in Jammu and Kashmir is over | Argus News