Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ 

ନୂଆଦିଲ୍ଲୀ: ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ସମଗ୍ର ଦେଶରେ 102 ଆସନରେ 60 ପ୍ରତିଶତ ମତଦାନ ହୋଇଛି । ମତଦାନ ହୋଇଥିବା ରାଜ୍ୟ ଗୁଡିକରେ ପ୍ରଧାନମନ୍ତ୍ରୀ ମୋଦି ଧୂଆଁଧାର ପ୍ରଚାର କରିଥିଲେ । ଅବକି ବାର 400 ପାରର ନାରା ଦେଇଥିଲା ବିଜେପି ।  ଇଣ୍ଜି ମେଂଟର ସତ୍ତା ପରିବର୍ତ୍ତନର ନାରା । ଏହାରି ଭିତରେ ସି ଭୋଟର ସର୍ଭେ ରେ ମଧ୍ୟ ଆଗୁଆ ରହିଥିଲା ବିଜେପି । ଏପରିକି ପଶ୍ଚିମବଙ୍ଗରେ ଦଳ ଏକ ନମ୍ବର ହେବ ବୋଲି ଆକଳନ କରିଥିଲେ ପ୍ରଶାନ୍ତ କିଶୋର ।  ଦେଶର ଗଣତନ୍ତ୍ରର ମହାପର୍ବର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । 17 ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଂଚଳରେ 102 ଆସନରେ ଭୋଟ । ଏଥର ନିର୍ବାଚନରେ ବିଜେପିର 400 ପାରର ନାରା । ଅନ୍ୟପଟେ ଇଣ୍ଡି ମେଂଟର ସତ୍ତା ପରିବର୍ତ୍ତନର ନାରା । ପଡୋଶୀ ଛତିଶଗଡ଼ର ମାଓ ଅଧ୍ୟୁଷିତ ଅଂଚଳରେ ହେଲା ମତଦାନ ।  

 ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ରାଜ୍ୟ ଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂଆଁଧାର ପ୍ରଚାର କରିଥିଲେ । କେରଳ, କର୍ଣ୍ଣାଟକ, ରାଜସ୍ଥାନ , ଆସାମ, ଛଥିଶଗଡ, ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଜୋରସୋରରେ ହୋଇଥିଲା ପ୍ରଚାର । କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାମ କିପରି ଲୋକଙ୍କ ପାଖରେ ପହଂଚିଛି ସେ କଥା କହିଥିଲେ ମୋଦି । ଏସବୁ ରାଜ୍ୟରେ ବିଜେପି ଆଗୁଆ ରହିବ ବୋଲି ସି ଭୋଟର ସର୍ଭେର ଆକଳନ ହୋଇଥିଲା । ଏପରିକି ପଶ୍ଚିମବଙ୍ଗରେ ଦଳ 1 ନମ୍ବର ସ୍ଥାନରେ ରହିବ ବୋଲି ହୋଇଥିଲା ଆକଳନ । ପ୍ରଶାନ୍ତ କିଶୋରଙ୍କ ଆକଳନ ମଧ୍ୟ ବିଜେପି ସପକ୍ଷରେ ଥିଲା ।   ତାମିଲନାଡୁର ସମସ୍ତ 39 ସିଟ, ରାଜସ୍ଥାନର 12, ଉତ୍ତର ପ୍ରଦେଶର 8, ମଧ୍ୟପ୍ରଦେଶର 6, ଆସାମ , ମହାରାଷ୍ଟ୍ର, ଉତ୍ତରାଖଣ୍ଡର 5ଟି ଲେଖାଏଁ ସିଟରେ ଭୋଟ ହୋଇଥିଲା । ସେହିପରି ପୁଜୁଚେରୀ, ଲାକ୍ଷାଦୀପ, ଜାମ୍ମୁ କାଶ୍ମୀର , ଆଣ୍ଡାମାନ ଓ ନିକୋବର ଦ୍ବିପପୁଞ୍ଜର  ଗୋଟିଏ ଲେଖାଏଁ ସିଟରେ ମତଦାନ କରିଥିଲେ ଜନତା ।  ଛତିଶଗଡ଼ର ୧୧ଟି ଆସନ ମଧ୍ୟରୁ ୧ ଟି ଆସନ ପାଇଁ ନିର୍ବାଚନ ଶେଷ ହୋଇଛି ।   
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The first phase of voting is over. 60 percent polling has been recorded in 102 seats across the country | Argus News