Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏହି ସ୍ଥାନରେ ପ୍ରଥମେ ଗଣତନ୍ତ୍ର ଦିବସ ପରେଡ ହୋଇଥିଲା

National

ଏହି ସ୍ଥାନରେ ପ୍ରଥମେ ଗଣତନ୍ତ୍ର ଦିବସ ପରେଡ ହୋଇଥିଲା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଏହି ସ୍ଥାନରେ ପ୍ରଥମେ ଗଣତନ୍ତ୍ର ଦିବସ ପରେଡ ହୋଇଥିଲା

ଅର୍ଗସ ବ୍ୟୁରୋ: ଗଣତନ୍ତ୍ର ଦିବସ ପାଇଁ ଉତ୍ସବ ମୁଖର ସାରାଦେଶ। ୭୬ ତମ ସାଧାରଣତନ୍ତ୍ର ଦିବସରେ ଆଜି ଦିଲ୍ଲୀର କର୍ତ୍ତବ୍ୟପଥରେ ପତାକାତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବର୍ଷ ପରେଡରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ୩୦ ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲେ। ଭାରତୀୟ ସେନା, ସିଆରପିଏଫ, ବିଏସଏଫ, ବାୟୁସେନା, ନୌସେନାଙ୍କ ସମେତ ବିଭିନ୍ନ କଣ୍ଟିଜେଣ୍ଟ ଚିତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ। ବ୍ରହ୍ମୋସ, ରାଫେଲ ଓ ସୁଖେଇ ଯୁଦ୍ଧ ବିମାନ ଦେଖାଇଛନ୍ତି ପରାକ୍ରମ। ସେହିଭଳି ଥ୍ରୀଡି ରକେଟ ଲଞ୍ଚର ଅଗ୍ନିବାଣ ତାର ଶକ୍ତି ଦେଖାଇଛି। ତେବେ ଆପଣ ଜାଣିଛନ୍ତି କି ! ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ହେଉଥିବା ଏହି ପରେଡ ପ୍ରଥମେ କେଉଁଠୁ ଆରମ୍ଭ ହୋଇଥିଲା ?


ଏହି ସ୍ଥାନରେ ପ୍ରଥମେ ଗଣତନ୍ତ୍ର ଦିବସ ପରେଡ ହୋଇଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୯୫୦ ଜାନୁୟାରୀ ୨୬ ତାରିଖରେ ଇରଓ୍ବିନ ଷ୍ଟାଡିୟମରେ ହୋଇଥିଲା। କୁହାଯାଏ ସେତେବେଳେ ଏହି ପରେଡ ଦେଖିବାକୁ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ସେତେବେଳେ ଏଥିରେ ନୌସେନା, କେଭେଲେରି ରେଜିମେଣ୍ଟ, ସର୍ଭିସେସ ରେଜିମେଣ୍ଟ, ସେନାର ୭ ଟି ବ୍ୟାଣ୍ଡ ସାମିଲ ହୋଇଥିଲେ। ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପତାକାତ୍ତୋଳନ କରି ସମ୍ଭୋଧିତ କରିଥିଲେ। ବେ ଏହି ସ୍ଥାନକୁ ୧୯୫୧ ମସିହାରେ ପରିବର୍ତ୍ତନ କରାଯାଇଥିଲା। ରାମଲୀଳା ମୈଦାନ ଓ କିଙ୍ଗଓ୍ବେ କ୍ୟାମ୍ପରେ କିଛି ବର୍ଷ ପରେଡ ଅନୁଷ୍ଠିତ ହେବାପରେ ୧୯୫୫ ମସିହାରେ ପ୍ରଥମ ଥର ପାଇଁ ଦିଲ୍ଲୀ ରାଜପଥ ବା ବର୍ତ୍ତମାନର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଏଠାରେ ଗଣତନ୍ତ୍ର ଦିବସ ପରେଡ ଅନୁଷ୍ଠିତ ହୋଇଆସୁଛି । ରାଇସିନା ହିଲରୁ ଲାଲକିଲ୍ଲା ଯାଏ ହୁଏ ପରେଡ।

Education Next Season 5
Sponsored
the-first-republic-day-parade-was-held-at-this-venue | Argus News