ଆଜିଠୁ ନବଗଠିତ ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ

ଆଜିଠୁ ନବଗଠିତ ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ। ଆସନ୍ତାକାଲି ଉପସ୍ଥାପନ ହେବ CAG ରିପୋର୍ଟ। ଖୋଲିବ ଆମ ଆଦମୀ ପାର୍ଟି ସରକାରର ଦୁର୍ନୀତିର ଗୁମର ।
ଦିଲ୍ଲୀରେ ବିଜେପି ସରକାର ଗଢ଼ିବା ପରେ, ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଧାନସଭା ଅଧିବେଶନ। ଏହା ୩ ଦିନ ଚାଲିବାକୁ ଥିବା ବେଳେ, ଆଜି ପ୍ରଥମ ଦିନରେ ବିଜେପି ବିଧାୟକ ଅରବିନ୍ଦର ସିଂ ଲଭଲିଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇବେ ଦିଲ୍ଲୀ ଉପରାଜ୍ୟପାଳ। ଏହାପରେ ଦିନ ୧୧ଟାରେ ସମସ୍ତ ବିଧାୟକ ଶପଥ ଗ୍ରହଣ କରିବେ । ଅପରାହ୍ଣ ୨ଟାରେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ ହେବ।
ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତାଙ୍କୁ ବାଚସ୍ପତି କରିବାକୁ ପ୍ରସ୍ତାବ ଦେବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଏହାକୁ ବିଜେପି ବିଧାୟକ ମନଜିନ୍ଦର ସିଂ ସିର୍ସା ସମର୍ଥନ କରିବେ । ତେବେ ସବୁଠୁ ବଡ଼ କଥା ହେଉଛି, ୨୫ ତାରିଖରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ, ଯାହାକୁ ନେଇ ସରଗରମ ରହିପାରେ ବିଧାନସଭା। ମଦ ମହାଦୁର୍ନୀତିରେ ୨ହଜାର କୋଟିରୁ ଅଧିକ ଟଙ୍କାର ଘୋଟଲା ଅଭିଯୋଗକୁ ନେଇ ଆପ୍ କୁ ଘେରିପାରନ୍ତି ଶାସକ ବିଜେପି ବିଧାୟକ।
📱 Get Argus News App
✨୨୫ ତାରିଖରେ ଉପରାଜ୍ୟପାଳ ଗୃହକୁ ସମ୍ବୋଧିତ କରିବା ପରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି। ସେପଟେ ଆପ୍ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିବାକୁ ଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ବିରୋଧୀ ଦଳ ନେତା ବଛାଯାଇଛି। ଦିଲ୍ଲୀର ପ୍ରଥମ ମହିଳା ବିରୋଧୀ ଦଳ ନେତା ବନିଛନ୍ତି ଆତିଶୀ।
ସୂଚନା ଅନୁସାରେ ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିଛି । ଗତ ବୁଧବାର ବିଜେପି ବିଧାୟକ ଦଳର ବୈଠକ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାମରେ ମୋହର ଲାଗିଥିଲା । ଫେବୃଆରୀ ୨୦ ତାରିଖରେ ସେ ଦିଲ୍ଲୀର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ସେ ଚତୁର୍ଥ ମହିଳା ଭାବରେ ଦିଲ୍ଲୀର ଶାସନ ଦାୟୀତ୍ୱ ତାଙ୍କୁ ମିଳିଛି। ନୂଆଦିଲ୍ଲୀର ଶାଲିମାର ବାଘ ଅଞ୍ଚଳରୁ ଆସୁଥିବା ରେଖା ୩ ଥରର ବିଧାୟିକା ବନ୍ଦନା କୁମାରୀଙ୍କୁ ୨୯,୫୯୫ ଭୋଟରେ ପରାସ୍ତ କରିଥିଲେ। ଅନ୍ୟ ପକ୍ଷରେ ଜାୟାଣ୍ଟ କିଲର ତତା ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇବା ପ୍ରବେଶ ବର୍ମାଙ୍କୁ ତାଙ୍କର ଡେପୁଟି ଚୟନ କରାଯାଇଛି।