ଆତଙ୍କବାଦୀ ଆକ୍ରମଣ ବେଳର ପ୍ରଥମ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ

ମଙ୍ଗଳବାର ଅପରାହ୍ନରେ ବୈସରଣ ମେଦୋରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯାହା ୨୬ ଜଣଙ୍କ ଜୀବନ ନେଇଛି, ତା’ର ତଦନ୍ତରୁ ଭୟଙ୍କର ଘଟଣାବଳୀ ସାମ୍ନାକୁ ଆସିଛି। ସୁରକ୍ଷା ବାହିନୀର ସୂତ୍ର ଅନୁଯାୟୀ, ସୂଚନା ମିଳିଛି ଯେ ଏହି ଆକ୍ରମଣରେ ଅତି କମରେ ୫ ଜଣ ହତ୍ୟାକାରୀ ସାମିଲ ଥିଲେ। ଏହି ଆତଙ୍କବାଦୀମାନେ ମେଦୋ ପାର୍ଶ୍ବରେ ଥିବା ପାଇନ୍ ଜଙ୍ଗଲରୁ ବାହାରି ତିନୋଟି ସ୍ଥାନକୁ ଅଗ୍ରସର ହୋଇଥିଲେ, ଯେଉଁଠାରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଉପସ୍ଥିତ ଥିଲେ। ସେମାନେ ରାଇଫଲ ଧରିଥିଲେ ଏବଂ କିଛି ରିପୋର୍ଟ ଅନୁଯାୟୀ, ଏହି ନୃଶଂସ କାର୍ଯ୍ୟକୁ ରେକର୍ଡ କରିବା ପାଇଁ ସେମାନଙ୍କ ସହ ବଡିକ୍ୟାମରେ ମଧ୍ୟ ଥିଲା। ପ୍ରଥମ ଗୁଳି ଅପରାହ୍ନ ପ୍ରାୟ ୧:୫୦ ସମୟରେ ଚାଲିଥିଲା। ଆକ୍ରମଣର ଭୟଙ୍କର ଦୃଶ୍ୟ ଦର୍ଶାଉଛି ଯେ ପର୍ଯ୍ୟଟକମାନେ ହତ୍ୟାକାରୀଙ୍କ ଆସିବା ବିଷୟରେ ବହୁ ବିଳମ୍ବରେ ଜାଣିପାରିଥିଲେ।
ଶିଶୁମାନେ ଟ୍ରାମ୍ପୋଲିନରେ କହୁଥିଲେ, ଏବଂ ସେମାନଙ୍କ ପିତାମାତା ଭେଲପୁରୀ ଖାଉଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଥିଲେ, ଏତିକିବେଳେ ମୃତ୍ୟୁର ଗୁଳି ଗର୍ଜନ କରି ଉଠିଥିଲା। ଏହି ଭିଡିଓରେ ସେହି ହୃଦୟ ବିଦାରକ ଦୃଶ୍ୟ ଏବଂ ବଞ୍ଚିବା ପାଇଁ ସମସ୍ତଙ୍କ ଆର୍ତ୍ତ ଚିତ୍କାର ଛାତିକୁ କେତେଥର ଯେ ଭାଙ୍ଗିଦେଉଛି ତା'ର ହିସାବ ନାହିଁ। ଏହି ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ଉକ୍ତ ଭିଡିଓରେ ଦେଖିବାକୁ ମିଳିଥିଲା କି ଆତଙ୍କବାଦୀମାନେ ବଡିକ୍ୟାମ ଲଗାଇଥିଲେ। ଆତଙ୍କୀ ଆକ୍ରମଣର ପୁରା ଭିଡିଓ କରିଥିଲେ। ଏହି ଭିଡିଓରେ ଆଉ ବି ଦେଖିବାକୁ ମିଳୁଛି ମହିଳା ପୁରୁଷଙ୍କୁ ସେମାନେ ଅଲଗା କରିଦେଇଥିଲେ।
📱 Get Argus News App
✨ନିରୀହ ଲୋକଙ୍କ ହତ୍ୟା ନେଇ ଦେଶବ୍ୟାପୀ ଆକ୍ରୋଶ ମଧ୍ୟରେ, ମନ୍ତ୍ରୀମଣ୍ଡଳୀର ସୁରକ୍ଷା କମିଟି ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛି। ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି, ଏବଂ ଅଟାରୀରେ ଥିବା ଇଣ୍ଟିଗ୍ରେଟେଡ ଚେକ୍ ପୋଷ୍ଟ ବନ୍ଦ କରାଯାଇଛି। ଭାରତ ଏହା ମଧ୍ୟ ଘୋଷଣା କରିଛି ଯେ ପାକିସ୍ତାନୀ ନାଗରିକମାନଙ୍କୁ ସାର୍କ ଭିସା ଛାଡ଼ ଯୋଜନା ଅଧୀନରେ ଭାରତ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ, ଏବଂ ପାକିସ୍ତାନୀ ହାଇ କମିଶନରେ ଥିବା ପ୍ରତିରକ୍ଷା ଉପଦେଷ୍ଟାମାନଙ୍କୁ ପର୍ସୋନା ନନ୍ ଗ୍ରାଟା ଘୋଷଣା କରାଯାଇଛି। ହାଇ କମିଶନର ମୋଟ ଶକ୍ତିକୁ ମଧ୍ୟ ୫୫ରୁ ୩୦କୁ ମେ ୧ ସୁଦ୍ଧା ହ୍ରାସ କରାଯିବ।