Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଜି ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ

National

ଆଜି ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ

Ritu Das
Browse all articles by Ritu Das
·2 years ago·1 min read
ଆଜି ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ଅର୍ଗସ ବ୍ୟୁରୋ: ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ଚତୁର୍ଥ ପର୍ଯ୍ୟାୟରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସିଟ୍‌ରେ ଭୋଟ ଗ୍ରହଣ ହେଉଛି। ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ତେଲେଙ୍ଗାନାର ୧୭ଟି ନିର୍ବାଚନମଣ୍ଡଳୀ ସହିତ ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରରେ ୧୧ ଟି, ପଶ୍ଚିମବଙ୍ଗରେ ୮ଟି, ମଧ୍ୟପ୍ରଦେଶରେ ୮ଟି, ବିହାରରେ ୫ଟି ଆସନରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା କ୍ଷେତ୍ର ଓ ଏହା ଅଧୀନରେ ଥିବା ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେଉଛି। 

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୧୭ଶହ ୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିରେ ଅଛନ୍ତି ଅନେକ ହେଭିୱେଟ ନେତା । ଅଖିଳେଶ ଯାଦବ ଉତ୍ତରପ୍ରଦେଶ କନୌଜରୁ ନିର୍ବାଚନ ଲଢୁଥିବା ବେଳେ ଶ୍ରୀନଗରରୁ ଓମାର ଅବଦୁଲ୍ଲା, ବିହାର ବେଗୁସରାଇରୁ ଗିରିରାଜ ସିଂହ, ଝାଡଖଣ୍ଡ ଖୁଂଟିରୁ ଅର୍ଜୁନ ମୁଣ୍ଡା, ଆନ୍ଧ୍ରପ୍ରଦେଶ କଡପ୍ପାରୁ ୱାଇଏସ୍‌ ଶର୍ମିଳା ର୍ନିବାଚନ ଲୁଛନ୍ତି । ପଶ୍ଚିମବଙ୍ଗ ବରହାମପୁରରୁ ଅଧିର ରଞ୍ଜନ ଚୌଧୁରୀ, କ୍ରୀଷ୍ଣାନଗରରୁ ମହୁଆ ମୋଇତ୍ରା, ଆସନସୋଲରୁ ଶତ୍ରୁଘ୍ନ ସିହ୍ନା ଓ ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସୀ ଓ ବିଜେପିର ମଧାବୀ ଲତାଙ୍କ ଭାଗ୍ୟ ପରୀକ୍ଷା ହେବ। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The fourth phase of Lok | Argus News