Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ୧୭ତମ କିସ୍ତି ପାଇଁ ତାରିଖ ଘୋଷଣା କଲେ ସରକାର

Ritu Das
Browse all articles by Ritu Das
·2 years ago·1 min read
ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ୧୭ତମ କିସ୍ତି ପାଇଁ ତାରିଖ ଘୋଷଣା କଲେ ସରକାର

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ଲାଭାର୍ଥୀଙ୍କ ଲାଗି ଆସିଲା ବଡ ଖୁସି ଖବର । ଦେଶର କୋଟି କୋଟି କୃଷକଙ୍କ ଖାତାରେ ଆଗାମୀ ସପ୍ତାହରେ ୧୭ ତମ କିସ୍ତି ପ୍ରଦାନ କରାଯିବ ଅର୍ଥାତ୍ ସରକାର ପିଏମ୍ କିଷାନ କିସ୍ତି ଜାରି କରିବାର ତାରିଖ ଫାଇନାଲ କରି ଦେଇଛନ୍ତି । ମୋଦୀ ଆଗାମୀ ସପ୍ତାହ ଜୁନ୍ ୧୮ରେ ବାରଣାସୀରୁ ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ୧୭ତମ କିସ୍ତି ପ୍ରଦାନ କରିବେ । ଏହା ଜରିଆରେ ୯.୩ କୋଟି କୃଷକଙ୍କୁ ପ୍ରାୟ ୨୦,୦୦୦କୋଟି ଟଙ୍କା ପ୍ରଦାନ କରାଯିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଧାନମନ୍ତ୍ରୀ କୃଷକ ଯୋଜନା ବିଶ୍ୱର ସବୁଠାରୁ ବଡ ଡିବିଟି ଯୋଜନା । ଏହି ଯୋଜନା ଜରିଆରେ କୃଷକଙ୍କୁ ବାର୍ଷିକ ୬,୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଏହି ୬,୦୦୦ଟଙ୍କା କୃଷକ ନିଜର ଚାଷ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟ ଯେପରିକି ସାର, ବିହନ, କୀଟନାଶକ ଆଦି କିଣିବାରେ ଉପଯୋଗ କରିଥାଏ ।

ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ପ୍ରଥମେ ଯେଉଁ ଫାଇଲ୍‌ରେ ଦସ୍ତଖତ କରିଥିଲେ ତାହା ପିଏମ୍ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ସମ୍ବନ୍ଧିତ ଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored