Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡ଼ିଶାରେ ସରକାର ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି

Ritu Das
Browse all articles by Ritu Das
·2 years ago·1 min read
ଓଡ଼ିଶାରେ ସରକାର ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି

ଅର୍ଗସ ବ୍ୟୁରୋ: ମୋଦୀଙ୍କ ବଡ ବୟାନ । ଏଥର ଓଡ଼ିଶାରେ ସରକାର ପରିବର୍ତ୍ତନ ହେଉଛି । ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଜୁନ୍ ୪ରେ ବିଜେଡି ସରକାରର ଏକ୍ସପାଏରୀ ତାରିଖ ରହିଛି । ସେହିଭଳି ଜୁନ୍ ୧୦ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦୃଢତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏଏନଆଇକୁ ସାକ୍ଷାତକାର ଦେଇ ମୋଦୀ ଏଭଳି କହିଛନ୍ତି।

ଏହାପୂର୍ବରୁ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଆସିଥିବା ବେଳେ ମଧ୍ୟ ସମାନ କଥା ଦୋହରାଇଥିଲେ । କେବଳ ଏତିକି ନୁହେଁ ଓଡ଼ିଶାରୁ ନବୀନ ସରକାର ବିଦାୟ ନେବ ବୋଲି ସ୍ପଷ୍ଟ ଭାବେ କହିଥିଲେ । ଏହାସହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଟାର୍ଗେଟ କରିବାକୁ ପଛାଇ ନ ଥିଲେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ଓଡ଼ିଶା ଗସ୍ତ ପୂର୍ବରୁ ପୁଣିଥରେ ବିଜେପି ସରକାର ଗଠନ ନେଇ ମୋଦୀ ଦମ୍ଭୋକ୍ତି ଦେଖାଇବା ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛି ।

ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାରେ ବିଜେଡି ଷଷ୍ଠଥର ସରକାର ଗଢିବ ବୋଲି ଦଳର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ବିଭିନ୍ନ ସଭାରେ କହିଛନ୍ତି । ତେଣୁ ଏସବୁ ଭିତରେ ଓଡ଼ିଶାରେ କିଏ ସରକାର ଗଢିବ ତାହା ଆସନ୍ତା ଜୁନ୍ ୪ରେ ସ୍ପଷ୍ଟ ହୋଇଯିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Sponsored
The government in Odisha | Argus News