Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ

National

ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ

Banajyotshna Ray
Browse all articles by Banajyotshna Ray
·1 year ago
ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ

ଅର୍ଗସ ବ୍ୟୁରୋ:  ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ୧୦ ରାଜ୍ୟର ରାଜ୍ୟପାଳ ବଦଳିଛନ୍ତି । ହରିଭାଉ କିସାନ୍‌ରାଓ ବାଗଡେ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି । ସେହିଭଳି ଜିଷ୍ଣୁ ଦେବ ଭର୍ମାଙ୍କୁ ତେଲେଙ୍ଗାନା, ଓମ୍ ପ୍ରକାଶ ମାଥୁରଙ୍କୁ ସିକ୍କିମ, ସନ୍ତୋଷ କୁମାର ଗାଙ୍ଗୱରଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି । ଅନ୍ୟପଟେ  ଛତିଶଗଡର ରାଜ୍ୟପାଳ ଭାବରେ  ରାମେନ୍ ଡେକା, ମେଘାଳୟର ରାଜ୍ୟପାଳ ଭାବ ସି ଏଚ୍ ବିଜୟଶଙ୍କର ନିଯୁକ୍ତି ମିଳିଛି । ସେହାପରୀ ସି ପି ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ, ଆସାମର ରାଜ୍ୟପାଳ ଗୁଲାବ ଚାନ୍ଦ କାଟରିଆଙ୍କୁ ପଞ୍ଜାବର ରାଜ୍ୟପାଳ ଓ ଚଣ୍ଡିଗଡ଼ର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଭାବରେ ମଧ୍ୟ ନିଯୁକ୍ତି ମିଶିଛି । ସିକ୍କିମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆସାମର ରାଜ୍ୟପାଳ ଏବଂ ମଣିପୁର ରାଜ୍ୟପାଳ ଅତିରିକ୍ତ ଦାୟିତ୍ବ ମିଳିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The governors of 10 states have changed | Argus News