Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତାକାଲିଠୁ ଆରମ୍ଭ ଆସ୍ଥାର ମହାକୁମ୍ଭ

National

ଆସନ୍ତାକାଲିଠୁ ଆରମ୍ଭ ଆସ୍ଥାର ମହାକୁମ୍ଭ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆସନ୍ତାକାଲିଠୁ ଆରମ୍ଭ ଆସ୍ଥାର ମହାକୁମ୍ଭ

Key Points

ପ୍ରୟାଗରାଜରେ ସଂସ୍କୃତିର ସଙ୍ଗମ
ଆସନ୍ତାକାଲିଠୁ ଆରମ୍ଭ ଆସ୍ଥାର ମହାକୁମ୍ଭ
ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ସ୍ବତନ୍ତ୍ର ବସ୍
ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମହାକୁମ୍ଭକୁ ନେଇ ଉତ୍ତର ପ୍ରଦେଶ ସରପକାରଙ୍କ ବ୍ୟାପକ ପ୍ରସ୍ତୁତି
ପୌଷ ପୂର୍ଣ୍ଣିମାରୁ ମହାଶିବରାତ୍ରୀ ଯାଏଁ ମହାକୁମ୍ଭ
ସୁରକ୍ଷା ପାଇଁ AI, ଲାଇଭ୍ ଭେଇକିଲ୍ ଟ୍ରାକିଂ ସିଷ୍ଟମ ସହ ଡ୍ରୋନ୍ ର ଉପଯୋଗ

ଅର୍ଗସ ବ୍ୟୁରୋ: ରାତି ପାହିଲେ ପୌଷ ପୂର୍ଣ୍ଣିମା । ପ୍ରୟାଗରାଜରେ ଆରମ୍ଭ ହେଉଛି ମହାକୁମ୍ଭ ମେଳା । ସାଧୁ ସନ୍ଥଙ୍କ ମେଳରେ ପବିତ୍ର ପୌଷ ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବିଶ୍ୱର ସର୍ବବୃହତ୍ତ ଧାର୍ମିକ ସମାବେଶ ମହାକୁମ୍ଭକୁ ନେଇ କେନ୍ଦ୍ର ସରକାରଙ୍କ ସହ ୟୁପି ସରକାର କରିଛନ୍ତି ମହାଆୟୋଜନ । ୧୨ ବର୍ଷ ପରେ ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାରେ ଯୋଗଦେବାକୁ ଦେଶ ଓ ବିଦେଶରୁ ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ହୋଇଛି ବ୍ୟାପକ ବ୍ୟବସ୍ଥା । ମହାକୁମ୍ଭମେଳା ସହ ଓଡ଼ିଆ ଶ୍ରଦ୍ଧାଳୁଙ୍କୁ ଯୋଡ଼ିବାକୁ VC ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବତନ୍ତ୍ର ବସ ସେବାର ଉଦଘାଟନ କରିଛନ୍ତି । ରାଜ୍ୟରୁ ପ୍ରୟାଗରାଜକୁ ଗଡ଼ିବ ମୋଟ ୮ଟି ବସ୍ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଶ୍ରଦ୍ଧାଳୁଙ୍କୁ ନେଇ ୪ଟି ଅତ୍ୟାଧୁନିକ ପ୍ରିମିୟମ ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଯାତ୍ରା ଆରମ୍ଭ କରିଛି । ଆଗକୁ ଲୋକଙ୍କ ଚାହିଦା ଦେଖି ବସ୍ ବ୍ୟବସ୍ଥା ବୃଦ୍ଧି କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

୧୪୪ବର୍ଷ ଅନ୍ତରରେ ଥରେ ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ ହେଉଥିବାରୁ ଦେଖିବାକୁ ମିଳୁଛି ଆଧ୍ୟାତ୍ମିକ ଉତ୍ସାହର ବାତାବରଣ । ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ମେଳାରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସମେତ ପ୍ରାୟ ୪୦ରୁ ୪୫ କୋଟି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସାମିଲ ହେବେ। ସୋମବାର ପୌଷ ପୂର୍ଣ୍ଣିମା ସ୍ନାନ ପରେ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି, ୨୯ରେ ମୌନି ଅମାବାସ୍ୟା, ଫେବ୍ରୁଆରୀ ୩ରେ ବସନ୍ତ ପଞ୍ଚମୀ, ୧୨ରେ ମାଘ ପୂର୍ଣ୍ଣିମା ଏବଂ ଶେଷରେ ଫେବ୍ରୁଆରୀ ୨୬ରେ ମହାଶିବରାତ୍ରୀରେ ସଂଗମରେ ସ୍ନାନ କରିବାକୁ ଆସିବେ କୋଟି କୋଟି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ AI ପରି ଆଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରାଯାଉଛି । ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍‌ଇଡି ଡିସପ୍ଲେ, QR କୋଡ୍ ରେଲ ଟିକେଟ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଖୋଲାଯାଇଛି ୨୪ ଘଣ୍ଟିଆ ହେଲ୍ପ ଡେସ୍କ । କୌଣସି ସମସ୍ୟା ହେଲେ 1800-3451-122 କୁ କଲ୍ କିମ୍ବା 7849052205 ନମ୍ବରରେ ହ୍ବାଟସଆପ୍ କରିପାରିବେ ପର୍ଯ୍ୟଟକ ।


ମହାକୁମ୍ଭରେ ସାମିଲ ହେବାକୁ ଦେଶବିଦେଶରୁ ଛୁଟିଛି ସାଧୁ,ସନ୍ଥ, ଶ୍ରଦ୍ଧାଳୁଙ୍କ ଆଗମନ । ସନାତନ ସଂସ୍କୃତିର ସଂଗମ, ଭବ୍ୟ ଉତ୍ସବରେ ଯୋଗଦେବାକୁ ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ ଅତିଥିଙ୍କୁ କରାଯାଇଛି ଆମନ୍ତ୍ରଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The great festival of faith begins tomorrow. | Argus News