Videos
|
National

୨ ଲକ୍ଷ କୋଟିରୁ ଅଧିକ ଜିଏସଟି ଆଦାୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୨ ଲକ୍ଷ କୋଟିରୁ ଅଧିକ ଜିଏସଟି ଆଦାୟ

ଅର୍ଗସ ବ୍ୟୁରୋ:  ଜିଏସଟି ଆଦାୟରେ ରେକର୍ଡ । ଏପ୍ରିଲରେ ୨ ଲକ୍ଷ କୋଟିରୁ ଅଧିକ ଜିଏସଟି ଆଦାୟ ହୋଇଥିବା ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଗତବର୍ଷ ଏପ୍ରିଲ ମାସ ତୁଳନାରେ ଚଳିତବର୍ଷ ୧୨.୪ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ସରକାରୀ ରିପୋର୍ଟ ଅନୁସାରେ ପୂର୍ବ ସମସ୍ତ ଏପ୍ରିଲ ମାସଠାରୁ ଚଳିତ ଏପ୍ରିଲ ମାସରେ ସର୍ବାଧିକ ୨ଲକ୍ଷ ୧୦ ହଜାର କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ରିଫଣ୍ଡ ପରେ ନେଟ୍ ରେଭିନ୍ୟୁ ୧.୯୨ ଲକ୍ଷ କୋଟି ଟଙ୍କା ରହିଛି  । ରେକର୍ଡ ଜିଏସ୍‌ଟି ସଂଗ୍ରହ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଖୁସି ପ୍ରକାଶ କରିଛନ୍ତି।

ଘରୋଇ କାରବାରରେ ୧୩.୪ ପ୍ରତିଶତ ଅଭିବୃଦ୍ଧି ପରେ ଦ୍ରବ୍ୟ ଏବଂ ସେବା ଟିକସ ସଂଗ୍ରହରେ ଏହି ବୃଦ୍ଧି ଦେଖିବାକୁ ମିଳିଛି ଏବଂ ଆମଦାନୀରେ ୮.୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୪ ଏପ୍ରିଲରେ ହୋଇଥିବା ମୋଟ ଜିଏସଟି ଆଦାୟ ମଧ୍ୟରୁ ସେଣ୍ଟ୍ରାଲ ଜିଏସଟି ବାବଦରେ ୪୩,୮୪୬ କୋଟି, ଷ୍ଟେଟ୍ ଜିଏସଟି ବାବଦରେ ୫୩,୫୩୮ କୋଟି, ଆଇଜିଏସଟି ୯୯,୬୨୩ କୋଟି ଓ ସେସ୍ ବାବଦରେ ୧୩,୨୬୦ କୋଟି ଟଙ୍କା ସଂଗ୍ରହ କରାଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: