Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅହମ୍ମଦାବାଦ ବିମାନବନ୍ଦରରୁ 4  ଆତଙ୍କବାଦୀ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଅହମ୍ମଦାବାଦ ବିମାନବନ୍ଦରରୁ 4  ଆତଙ୍କବାଦୀ ଗିରଫ 

 ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନବନ୍ଦରରୁ ୪ଜଣ ଇସଲାମିକ୍ ଷ୍ଟେଟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏପର୍ଯ୍ୟନ୍ତ ସେମାନଙ୍କର ପରିଚୟ ପ୍ରଦାନ କରାଯାଇନାହିଁ । ସୂଚନା ମୁତାବକ ଏହି ୪ ଜଣ ଆତଙ୍କବାଦୀ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ଏହି ଆତଙ୍କବାଦୀଙ୍କ କନେକସନ ଶ୍ରୀଲଙ୍କା ସହ ଜଡିତ ବୋଲି ମଧ୍ୟ କୁହାଯାଇଛି । ଏହି ୪ ଜଣ ଆତଙ୍କବାଦୀ ଅହମ୍ମଦାବାଦ ଆସୁଥିବାର ସୂଚନା ମିଳିଥିଲା । କେନ୍ଦ୍ରୀୟ ଏଜେନ୍ସି ଗୁଜରାଟ ଏଟିଏସ ସହ ଯୋଗାଯୋଗ କରି ସେମାନଙ୍କୁ ଅହମ୍ମଦାବାଦ ବିମାନ ବନ୍ଦରରୁ ଗିରଫ କରାଯାଇଛି । 

 ସେଣ୍ଟ୍ରାଲ ଏଜେନ୍ସି  ଗିରଫ ହୋଇଥିବା  ଆତଙ୍କୀଙ୍କୁ ପଚରାଉଚରା କରୁଛି। କୁହାଯାଉଛି କି ଆତଙ୍କୀଙ୍କୁ ଇହୁଦୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ଟାର୍ଗେଟ କରିବାକୁ ଆତଙ୍କବାଦୀମାନଙ୍କୁ ଏହି କାର୍ଯ୍ୟ ଦିଆଯାଇଥିଲା। ସେ କେବଳ ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ସଙ୍କେତକୁ ଅପେକ୍ଷା କରିଥିଲେ। ଅହମ୍ମଦାବାଦରୁ ତାଙ୍କୁ ଟାର୍ଗେଟ ଲୋକେଶନରେ ପହଞ୍ଚିବାର ଥିଲା।  ସେମାନଙ୍କୁ  ଏହିଠାରୁ ଅସ୍ତ୍ରଶସ୍ତ୍ର  ମିଳିବାର ଥିଲା। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Gujarat Anti-Terrorist Squad (ATS) on Monday said it has arrested four people suspected of being terrorists belonging to the Islamic | Argus News