ବିଳମ୍ବରେ ଉଠିବା ଅଭ୍ୟାସ ସାଙ୍ଘାତିକ କ୍ଷତି ପହଞ୍ଚାଇଥାଏ

ନୂଆଦିଲ୍ଲୀ: ସମୟ ପରିବର୍ତ୍ତନ ସହ ଆମ ଜୀବନଶୈଳୀରେ ମଧ୍ୟ ସାଙ୍ଘାତିକ ପରିବର୍ତ୍ତନ ଆସିଛି। ଡେରି ରାତି ଯାଏ ଅନିଦ୍ରା ରହିବା ଆଉ ସକାଳ ଡେରି ପର୍ଯ୍ୟନ୍ତ ଶୋଇବା ଏହା ଆଜିର ସମୟର ଏହା ଏକ ଫ୍ୟାସନ ହେବା ସହ ଲୋକଙ୍କ ଅଭ୍ୟାଷରେ ପରିଣତ ହୋଇସାରିଛି। ଏହାସହିତ ଲୋକମାନଙ୍କର ଲାଇଫ୍ ଷ୍ଟାଇଲ୍ ଏବଂ ଖାଇବା ପିଇବା ମଧ୍ୟ ଏପରି ହୋଇଯାଇଛି ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ସାଙ୍ଘାତିକ ପ୍ରଭାବ ପକାଉଛି। ସମସ୍ତେ ଜାଣନ୍ତି ଏପରି ଅଭ୍ୟାଷ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇବ। ତଥାପି ଲୋକମାନେ ଏହି ଅଭ୍ୟୋସରେ ପଡିସାରିଛନ୍ତି । ଏପରି ଲାଇଫ୍ ଷ୍ଟାଇଲ୍ ପାଇଁ ପ୍ରେମାନନ୍ଦ ମହାରାଜ ସମସ୍ତଙ୍କୁ ସତର୍କ କରାଇଛନ୍ତି। ସତସଙ୍ଗ କରୁଥିବା ସମୟରେ ପ୍ରେମାନନ୍ଦ ମହାରାଜ ବିଳମ୍ବରେ ଉଠିଲେ କଣ ଅସୁବିଧା ହୁଏ ସେ ବିଷୟରେ କହିଛନ୍ତି।
ଆସନ୍ତୁ ଜାଣିବା ବିଳମ୍ବରେ ଉଠିବା ଅଭ୍ୟାସ ଆପଣଙ୍କୁ କିପରି କ୍ଷତି ପହଞ୍ଚାଇଥାଏ
ସକାଳ ଡେରି ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଅନେକ କ୍ଷତି ହୋଇଥାଏ। ମହାରାଜ କହିଥିଲେ ଡେରିରେ ଉଠିବା ଯୋଗୁଁ ତିନୋଟି ଜିନିଷ ନଷ୍ଟ ହୋଇଯାଇଥାଏ। ଆମର ଆୟୁଶ କ୍ଷୟ ହେବା ସହ ଚେହେରାରୁ ଚମକ ହଜିଯାଇଥାଏ । ଡେରି ଯାଏ ଶୋଇବା ଦ୍ୱାରା ବୁଦ୍ଧି କମିବାରେ ଲାଗିଥାଏ। ସେମାନେ ନିର୍ବୁଧିଆ ହୋଇଯାଇଥାନ୍ତି। ଏଥିସହିତ ତାଙ୍କର ପୁରା ଦିନଟା ଆଳସ୍ୟରେ ଭରି ଯାଇଥାଏ ଏବଂ ଏନର୍ଜି ଲୋ ହୋଇଯାଇଥାଏ।
ତେଣୁ ଏପରି ଜୀବନ ଶୈଳିକୁ ପରିବର୍ତ୍ତନ କରନ୍ତୁ ନହେଲେ ଆପଣ ବିପଦରେ ପଡିପାରନ୍ତି ବୋଲି ସତର୍କ କରାଇଥିଲେ ମହାରାଜ।
ମହାରାଜ କହିଛନ୍ତି ସକାଳୁ ଶୀଘ୍ର ଉଠି ସବୁବେଳେ ସୁର୍ଯ୍ୟଦେବଙ୍କ ଉପାସନା କରିବା ଦରକାର। ସେଥିପାଇଁ ସୂର୍ଯ୍ୟଦୟ ସମୟରେ ଉଠି ଯିବା ଦରକାର। ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦରକାର। ଏବଂ ୫ ମିନିଟ୍ ପର୍ଯ୍ୟନ୍ତ ହାତ ଜୋଡି ସୂର୍ଯ୍ୟଦେବଙ୍କ ଧ୍ୟାନ କରିବା ଆବଶ୍ୟକ। ଏପରି କରିବା ଦ୍ୱାରା ମନ ପ୍ରଫୁଲ ରହିବା ସହ ପ୍ରଚୁର ଶରୀରକୁ ପ୍ରଚୁର ଉର୍ଜା ମିଳିଥାଏ। ମନ ଶାନ୍ତି ରହିଥାଏ। ଆଳସ୍ୟ ଦୂର ହୋଇଥାଏ ଏବଂ ମସ୍ତିଷ୍କ ଅକ୍ଟିଭ୍ ରହିଥାଏ। ପ୍ରେମାନନ୍ଦ ମହାରାଜ ବୃନ୍ଦାବନରେ ରୁହନ୍ତି । ଆଉ ସେଠାରେ ଲୋକଙ୍କ ଦୁଃଖ-କଷ୍ଟ ସମସ୍ୟାର ସମାଧାନ କରିଥାନ୍ତି ସତସଙ୍ଗ ମାଧ୍ୟମରେ । ହଜାର ହଜାର ଲୋକଙ୍କ ଭିଡ ଲାଗିଥାଏ ମହାରାଜଙ୍କ ସତସଙ୍ଗ ଶୁଣିବାକୁ।
ଅଧିକ ଦେଖନ୍ତୁ :