Videos
|
National

ଆକାଶରୁ ଖସିପଡିଲା ଚପର୍

Manini Pattanayak
Browse all articles by Manini Pattanayak
·2 years ago·1 min read
ଆକାଶରୁ ଖସିପଡିଲା ଚପର୍

ନୂଆଦିଲ୍ଲୀ:  ଆକାଶରୁ ଖସିପଡିଲା ଚପର୍। ଉତ୍ତରାଖଣ୍ଡର କେଦାରନାଥ ଧାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତ୍ତରପ୍ରଦେଶର କେଦାରନାଥ ଧାମରେ ​​ଚପର ଦୁର୍ଘଟଣାଗ୍ରସ୍ତ । ଖରାପ ହୋଇଯାଇଥିବା ଚପରକୁ ଭାରତୀୟ ସେନାର MI-17 ହେଲିକପ୍ଟର ଦ୍ୱାରା ସ୍ଥାନାନ୍ତର କରାଯାଉଥିବା ବେଳେ ଏହା ଖସିପଡିଛି। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ସକାଳେ ଖରାପ ହୋଇଯାଇଥିବା ଏକ ଚପରକୁ ବାୟୁସେନାର MI 17ଚପର ସାହାଯ୍ୟରେ ସ୍ଥାନାନ୍ତର କରାଯାଉଥିଲା।

ଏହାକୁ ମରାମତି କରିବା ପାଇଁ ବାୟୁସେନାର ହେଲିକପ୍ଟରରେ ରଶି ସାହାଯ୍ୟରେ ଉତ୍ତରପ୍ରଦେଶର ଗୌଚାର ଏୟାରଷ୍ଟ୍ରିପକୁ ନିଆଯାଉଥିଲା। ହେଲେ ଅତ୍ୟଧିକ ଓଜନ ହେତୁ ଏହା ରଶିରୁ ଛିଡି ତଳେ ଥିବା ପାହାଡରେ କ୍ରାସ୍ ହୋଇଯାଇଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ରୁଦ୍ରପ୍ରୟାଗର ପର୍ଯ୍ୟଟନ ଅଫିସର ରାହୁଲ ଚୌବେଙ୍କ ସୂଚନା ଅନୁସାରେ, ଖରାପ ଚପରଟି ଚଳିତ ବର୍ଷ ମେ ୨୪ରେ ଅବତରଣ କରିବା ସମୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ହେଲିପ୍ୟାଡରେ ପହଞ୍ଚିବାର ୧୦୦ ମିଟର ପୂର୍ବରୁ ଏହା ଜରୁରୀକାଳୀନ ଅବତରଣ କରିଥିଲା ​​ଏବଂ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ଅଧିକ ପଢନ୍ତ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: