Videos
|
National

ପେଟ୍ରୋଲ ପକାଇବା ହେଲା କାଳ

Arpita Mohanty
Browse all articles by Arpita Mohanty
·2 years ago·2 min read
ପେଟ୍ରୋଲ ପକାଇବା ହେଲା କାଳ

ଅର୍ଗସ ବ୍ୟୁରୋ: ଜୀବନର ସତ୍ୟ ହେଉଛି ମୃତ୍ୟୁ। କେତେବେଳେ କେମିତି ଆଉ କେଉଁଠି ଆସିବ କାହାକୁ ବି ଜଣାନାହିଁ।ସାମାନ୍ୟରୁ ଅତି ସାମାନ୍ୟ ଜିନିଷ ବି ମୃତ୍ୟୁର କାରଣ ହୋଇପାରେ।ବାଟରେ ଗଲା ବେଳକୁ ବଡ଼ ବଡ଼ ହୋଡ଼ିଂ ସମସ୍ତେ ଦେଖନ୍ତି? କିନ୍ତୁ ଆପଣ କେବେ ଭାବିପାରିବେ ସେଇ ହୋଡ଼ିଂ ବି ମୃତ୍ୟୁର କାରଣ ହୋଇପାରିବ?

ଗତ ସୋମବାର ମୁମ୍ବାଇରେ ଏକ ଧୂଳିଝଡ଼ ହୋଇଥିଲା ଯାହାଦ୍ବାରା ଏକ ୧୦୦ ଫୁଟ୍ ର ହୋଡ଼ିଂ ଭୁସୁଡ଼ିପଡ଼ିଥିଲା। କ୍ଷଣକରେ ସବୁ କିଛି ଧୂଳିସାତ୍ ହୋଇଗଲା।ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେଥିରେ ଥିଲେ ଜଣେ ଅବସରପ୍ରାପ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ମ୍ୟାନେଜର ମନୋଜ ଚାନସୋରିଆ(୬୦) ଏବଂ ତାଙ୍କ ପତ୍ନୀ ଅନିତା(୫୯)।ପୋଲିସ ସୂଚନା ଅନୁଯାୟୀ ଅନୀତାଙ୍କ ଭିଜା ସମ୍ବନ୍ଧୀୟ କିଛି କାମ ପାଇଁ ମନୋଜ ଏବଂ ସିଏ ମୁମ୍ବାଇ ଆସିଥିଲେ ଆଉ ସେହିଦିନ କାମ ସାରି ଦମ୍ପତ୍ତି ଜବଲପୁର ଅଭିମୁଖେ ଫେରୁଥିଲେ।ବାଟରେ ପେଟ୍ରୋଲ ପକାଇବା ପାଇଁ ଘାଟକୋପରଠାରେ ଅଟକିଥିଲେ।ଯେଉଁଠାରେ ଏହି ଅଘଟଣ ଘଟିଥିଲା।ଆମେରିକାରେ ରହୁଥିବା ତାଙ୍କ ପୁଅର ବାରମ୍ବାର କଲ୍ ସତ୍ତ୍ବେ କୌଣସି ଉତ୍ତର ନମିଳିବାରୁ ସେ ସାହାଯ୍ୟ ପାଇଁ ମୁମ୍ବାଇରେ ଥିବା ନିଜ ବନ୍ଧୁଙ୍କ ନିକଟରେ ପହଞ୍ଚିଥିଲେ। ବନ୍ଧୁ ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ ଏବଂ ପୋଲିସ ଲୋକେସନ୍ ଟ୍ରାକ୍ କରିବା ପରେ ଘାଟକୋପର ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କର ଶେଷ ଲୋକେସନ ଦେଖାଇଥିଲା।

ବନ୍ଧୁ ପରିଜନ ଦମ୍ପତ୍ତିଙ୍କୁ ଜୀବନ୍ତ ପାଇବା ଆଶାରେ ସେଠାରେ ପହଁଞ୍ଚିଥିଲେ କିନ୍ତୁ ମିଳିଥିଲା ତାଙ୍କ ମୃତ ଶରୀର। ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ସେମାନଙ୍କର ମୁମ୍ବାଇର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୀବନରେ ସବୁକିଛି କ୍ଷଣସ୍ଥାୟୀ। କାଲି କ'ଣ ହେବ ତାର ଉତ୍ତର କାହା ପାଖରେ ନାହିଁ।କ'ଣ ମନୋଜ ଏବଂ ଅନୀତା ଜାଣିଥିଲେ ତାଙ୍କ ସହିତ ଏମିତି ହୋଇଯିବ? କିଏ ଜାଣିଥିଲା ଏମିତି ଅକାଳରେ ମୃତ୍ୟୁ ଆସିବ?

ଅଧିକ ପଢ଼ନ୍ତୁ ଭାରତ ଖବର
 

Mumbai Hoarding | Argus News