Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାଇ ହିଲ୍‌ ଦେଲେନି ସ୍ବାମୀ, ଛାଡପତ୍ର ଦେଲେ ସ୍ତ୍ରୀ

National

ହାଇ ହିଲ୍‌ ଦେଲେନି ସ୍ବାମୀ, ଛାଡପତ୍ର ଦେଲେ ସ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ହାଇ ହିଲ୍‌ ଦେଲେନି ସ୍ବାମୀ, ଛାଡପତ୍ର ଦେଲେ ସ୍ତ୍ରୀ

ଅର୍ଗସ ବ୍ୟୁରୋ : ହାଇ ହିଲ୍ସ ପାଇଁ ଡିଭୋର୍ସ । ସାମାନ୍ୟ ଝଗଡାରୁ ମାରପିଟ...ପରେ ଛାଡପତ୍ର । ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଡିଭୋର୍ସ । ଆଜିକାଲି ଏକପ୍ରକାର ଟ୍ରେଣ୍ଡ ପାଲଟିଛି । ବିବାହର ମାତ୍ର କିଛିମାସ ନପୁରୁଣୁ ଛାଡପତ୍ର ଦେଉଛନ୍ତି ପତିପତ୍ନୀ । ସନାତନ ଧର୍ମରେ ଡିଭୋର୍ସ ବା ଛାଡପତ୍ର ଭଳି କୌଣସି ସଂସ୍କାର ନଥିବା ସତ୍ତ୍ବେ ଆଧୁନିକ ପରମ୍ପରାକୁ ପାଥେୟ କରି ପତି ପତ୍ନୀ ପରସ୍ପରକୁ ଛାଡପତ୍ର ଦେଉଛନ୍ତି । ଆଉ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି , ଛାଡପତ୍ର କୌଣସି ବଡ ଧରଣର ଘଟଣାକୁ ନେଇ ନୁହେଁ , ବରଂ ନିହାତି ସାମାନ୍ୟ ଘଟଣା ନହେଲେ ନିଜ ନିଜର ସ୍ବାଧିନତାରେ ସାମାନ୍ୟ ଆଞ୍ଚ ଆସିଲେ ଉଭୟ ସଙ୍ଗେସଙ୍ଗେ ଛାଡପତ୍ର ଦେଉଛନ୍ତି । ଲଗାତାର କିଛି ବର୍ଷ ହେବ ଏହି ଛାଡପତ୍ର ସଂଖ୍ୟା ବଢିବାରେ ଲାଗିଛି । ଏବେ ସାମ୍ନାକୁ ଆସିଛି ପୁଣି କିଛି ଚର୍ଚ୍ଚିତ କଲା ଭଳି ଖବର ।

ଉତ୍ତରପ୍ରଦେଶର ଆଗ୍ରାରେ ଆସିଛି କିଛି ଏମିତି ଖବର । ଆଗ୍ରାରେ ଏକ ହିନ୍ଦୁ ଦମ୍ପତ୍ତିଙ୍କ ବିବାହ ୨୦୨୪ରେ ସନାତନ ରୀତିନୀତି ଅନୁଯାୟୀ ହୋଇଥିଲା । ବିବାହ ପରେ ମହିଳା ଜଣକ ହାଇ ହିଲ୍ସ ପିନ୍ଧିବା ପାଇଁ ନିଜ ସ୍ବାମୀଙ୍କୁ ମାଗିଥିଲେ । କିଛିଦିନ ପରେ ତାଙ୍କ ସ୍ବାମୀ ତାଙ୍କ ପାଇଁ ହିଲ୍ସ ଆଣିଥିଲେ । କିନ୍ତୁ ପତ୍ନୀ ଏହି ସ୍ୟାଣ୍ଡେଲ ପିନ୍ଧି ଚାଲିବା ବେଳେ ପଡିଯିବା ପରେ, ତାଙ୍କ ସ୍ବାମୀ ତାଙ୍କୁ ଏପରି ହାଇ ହିଲ୍ସ ପିନ୍ଧିବାକୁ ମନା କରିଥିଲେ । କିନ୍ତୁ ହିଲ୍ସ ପିନ୍ଧିବାକୁ ଜିଦ୍‌ ଧରିଥିଲେ ପତ୍ନୀ ।

ହେଲେ ପତି ମନା କରିବାରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ବିବାଦ ଏତେ ମାତ୍ରାରେ ହୋଇଥିଲା ଯେ, କଥା ମାରପିଟ୍‌ରେ ପହଞ୍ଚିଥିଲା । ପତ୍ନୀ ନିଜ ଶାଶୂଘର ଛାଡି ନିଜ ବାପଘରକୁ ଚାଲି ଯାଇଥିଲେ । ଏବଂ ସେବେଠୁ ଦୀର୍ଘ ୧ ମାସ ହେବ ସେ ନିଜ ବାପଘରେ ରହି ଆସୁଛନ୍ତି । ଏବେ ସେ ଛାଡପତ୍ର ଦେବାପାଇଁ ସ୍ଥିର କରିଛନ୍ତି । ଉଭୟଙ୍କ ମାମଲା ପରିବାର ପରାମର୍ଶ କେନ୍ଦ୍ରରେ ପହଞ୍ଚିଛି ।

ଉଭୟଙ୍କୁ ଏ ବାବଦରେ ଯେତେବେଳେ ପଚରା ଯାଇଥିଲା, ପତ୍ନୀ କହିଥିଲେ , "ଦୀର୍ଘ ୮ ମାସ ହେବ ତାଙ୍କ ସ୍ବାମୀ ତାଙ୍କୁ ହାଇ ହିଲ୍ସ ଦରମା ଆସିଲେ ଦେବେ ବୋଲି କହୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଦେଉ ନାହାନ୍ତି, ଆଉ ମାରପିଟ ମଧ୍ୟ କରୁଛନ୍ତି । " ପତି କହିଛନ୍ତି, ଏମିତି ହାଇହିଲ୍ସ ପିନ୍ଧି ତାଙ୍କୁ ପାଦରେ କ୍ଷତ ହୋଇଥିଲା । ସେଥିପାଇଁ ସେ ତାଙ୍କୁ ହାଇହିଲ୍ସ ଦେଉ ନାହାନ୍ତି ।"
ତେବେ ବର୍ତ୍ତମାନ ଉଭୟଙ୍କ ମାମଲା ପରିବାର ପରାମର୍ଶ କେନ୍ଦ୍ରରେ ବିଚାରଧୀନ ଅବସ୍ଥାରେ ରହିଛି । ଉଭୟ ପକ୍ଷକୁ ନେଇ ଫ୍ୟାମିଲି କାଉନସିଲର ଦ୍ବାରା ଯାଞ୍ଚ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The husband did not give high heels to her wife , wife gave divorced | Argus News