୨ ସପ୍ତାହ ହେଲା ୪୧ ଶ୍ରମିକ ଟନେଲ ଭିତରୁ କେବେ ବାହାରିବେ ଗଣୁଛନ୍ତି ଦିନ

ଅର୍ଗସ ବ୍ୟୁରୋ: ବହୁ ଘାତ ପ୍ରତିଘାତ ପରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ । ୨ ସପ୍ତାହ ହେଲା ୪୧ ଶ୍ରମିକ ଟନେଲ ଭିତରୁ କେବେ ବାହାରିବେ ଦିନ ଗଣୁଥିବା ବେଳେ, ଉଦ୍ଧାର କାର୍ଯ୍ୟର ଶେଷ ପର୍ଯ୍ୟାୟରେ ହାର୍ ମାନିଛି ଅଗର୍ ମେସିନ୍। ଅଗର ମେସିନର ଏକ ଅଂଶ ପଥରରେ ଅଟକିଯାଇଥିବାରୁ, ତାକୁ ବାହାର କରିବା ବି ନୂଆ ଚ୍ୟାଲେଞ୍ଜ ଆଣିଛି । ପ୍ଲାଜମା କଟର ହାଇଦ୍ରାବାଦରୁ ଆସି ସାରିଛି । Plasma machine ଅଗର ମେସିନ ଫସିଥିବା ବ୍ଲେଡକୁ କାଟିବା କାମ ଚାଲିଛି । ମଧ୍ୟାହ୍ନ ମଧ୍ୟରେ ଫସିଥିବା ଅଗର ମେସିନିକୁ କଟାଯିବ। ଏହାପରେ ମାନୁଆଲି କାର୍ଯ୍ୟ ଆରମ୍ଭ ହେବ। ଉଦ୍ଧାର କାର୍ଯ୍ୟ ଯଥା ଶୀଘ୍ର ସମ୍ପୂର୍ଣ୍ଣ ହେବ ।
ଏଥିସହ ପାହାଡ଼ ଉପରୁ ତଳ ଆଡ଼କୁ ଏକ ଗାତ ଖୋଳି ଶ୍ରମିକଙ୍କୁ ବାହାର କରିବା ପାଇଁ ଚିନ୍ତା କରାଯାଉଛି । ଏଥିପାଇଁ ଏକ ବିରାଟ ମେସିନ ଓ ସତଲେଜ ଜଳ ବିଦ୍ୟୁତ ନିଗମ ଏବଂ ONGCର ୧୨ ଜଣିଆ ଟିମ୍ ପାହାଡ଼ ଉପରକୁ ବଡ଼ ମେସିନ ସହ ଯାଇଛି । ଶ୍ରମିକମାନେ ଫସିଥିବା ଟନେଲ୍ ଉପରେ ସିଧାସଳଖ ୮୫ରୁ ୯୦ ମିଟର ଗାତ ଖୋଳିବାକୁ ୫ରୁ ୬ ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।
ସେପଟେ ଏବେ ବିକଳ୍ପ ଉପାୟ ଭାବେ ମାନୁଆଲ୍ ଡ୍ରିଲିଂ ଓ ଭର୍ଟିକାଲ୍ ଡ୍ରିଲିଂ କଥା ବି ଚିନ୍ତା କରାଯାଉଛି । ଅର୍ଥାତ୍ ପାରଂପରିକ ପଦ୍ଧତିରେ ଉଦ୍ଧାରକାରୀ ଯବାନମାନେ ପଥର ଖୋଳିବା ଭଳି, ବାକି ପ୍ରାୟ ୧୦ରୁ ୧୨ ମିଟର ଖୋଳି ବାଟ ବାହାର କରିବେ । ଡ୍ରିଲିଂ ସରିବା ପରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ପାଇପ୍ ଲଗାଯିବ । ଯେହେତୁ ଷଷ୍ଠ ଥର ପାଇଁ ଉଦ୍ଧାରକାରୀମାନେ ଡ୍ରିଲିଂ ପ୍ରକ୍ରିୟାରେ ବାଧାର ସମ୍ମୁଖୀନ ହୋଇଛନ୍ତି, ତେଣୁ ସେମାନେ ଅବଶିଷ୍ଟ ଆବର୍ଜନାକୁ ସ୍କାନ୍ କରିବା ପାଇଁ ଗ୍ରାଉଣ୍ଡ ପେନିଟ୍ରେସନ୍ ରାଡାର (ଜିପିଆର) ବ୍ୟବହାର କରୁଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: