Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଇଏମଡି ଡିଜି କହିଲେ କୌଣସି ବାତ୍ୟାର ପୂର୍ବାନୁମାନ କରାଯାଇନାହିଁ

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଇଏମଡି ଡିଜି କହିଲେ କୌଣସି ବାତ୍ୟାର ପୂର୍ବାନୁମାନ କରାଯାଇନାହିଁ

ଭୁବନେଶ୍ୱର:  ଓଡ଼ିଶାକୁ ଅଛି କି ବାତ୍ୟା ଆଶଙ୍କା ?। ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୨ ତାରିଖରେ ଏହା ଲଘୁଚାପର ରୂପ ନେବ । ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । IMD ଡିଜି କହିଲେ, କୌଣସି ବାତ୍ୟାର ପୂର୍ବାନୁମାନ କରାଯାଇନାହିଁ । ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ପ୍ରଭାବରେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶିକା। କିନ୍ତୁ ଏ ନେଇ କୌଣସି ୱାର୍ଣ୍ଣିଂ ଦିଆଯାଇ ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ସେପଟେ ଆଇଏମଡି ଡିଜି କହିଲେ କୌଣସି ବାତ୍ୟାର କରାଯାଇ ନାହିଁ ପୂର୍ବାନୁମାନ। କେବଳ ଏକ ଳଘୁଚାପ କ୍ଷେତ୍ର ଓ ଅବପାତର ପୂର୍ବାନୁମାନ କରାଯାଇଛି।
 
 ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ଆକଳନ ଓଡ଼ିଶାରେ ବାତ୍ୟା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ  ଲଘୁଚାପଟି ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ତାରିଖ ବେଳକୁ ଗଭୀର ଅବପାତ କିମ୍ବା ଏକ ଛୋଟ ବାତ୍ୟାର ରୂପ ନେଇପାରେ। ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ଏହା ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି। ତେବେ ଏ ସଂପର୍କରେ ୨୨-୨୩ ବେଳକୁ ସ୍ପଷ୍ଟ ଚିତ୍ର ଆସିବ ବୋଲି ଶରତ ସାହୁ କହିଛନ୍ତି।  ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଉଥିବା ବେଳେ ପୂର୍ବ ଉପକୂଳରେ ଅଧିକ ବାତ୍ୟା ସୃଷ୍ଟି ହୁଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The IMD DG said no storm was predicted | Argus News