ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ବଢିଛି ଲାଭାର୍ଥୀଙ୍କ ଆୟ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ବଢିଛି ଲାଭାର୍ଥୀଙ୍କ ଆୟ । ଉପକୃତ ହୋଇଛନ୍ତି ୫୦କୋଟିରୁ ଅଧିକ ହିତାଧିକାରୀ । ବିନା କୌଣସି ବନ୍ଧକରେ ଋଣ ନେଇ ସେମାନେ ଆରମ୍ଭ କରିଛନ୍ତି ବ୍ୟବସାୟ । ଆଉ ଏହାର ସୁଫଳ ଏବେ ମିଳିଛି । ମୁଦ୍ରା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ୫୦ କୋଟିରୁ ଅଧିକ ହିତାଧିକାରୀ ୩୩ଲକ୍ଷ କୋଟି ଋଣ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ପ୍ରତିଶତ ମହିଳା ହିତାଧିକାରୀ । ଲାଭାର୍ଥୀଙ୍କ ମଧ୍ୟରୁ ୫୦ପ୍ରତିଶତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ।
୨୦୧୫ ଏପ୍ରିଲ ୮ରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରାଯାଇଥିଲା । ଏହାର ୧୦ ବର୍ଷ ପୂର୍ତ୍ତି ଅବସରରେ କିଛି ଲାଭାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଆମନ୍ତ୍ରଣ କରାଯାଇଥିଲା । ମୁଦ୍ରା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ୫୦ କୋଟିରୁ ଅଧିକ ହିତାଧିକାରୀ ୩୩ଲକ୍ଷ କୋଟି ଋଣ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୬୮ ପ୍ରତିଶତ ମହିଳା ହିତାଧିକାରୀ ।