ହାଫିଜକୁ ଭାରତକୁ ହସ୍ତାନ୍ତର କରୁ ପାକିସ୍ତାନ

Key Points
ଆତଙ୍କବାଦ ବିରୋଧରେ ଆନ୍ତର୍ଜାତୀୟ ସ୍ତରରେ ମେଣ୍ଟ ହେଉ
ସିନ୍ଧୁ ଜଳ ଚୁକ୍ତିକୁ ନେଇ କହିଲେ ଏମିତି
ବିଶ୍ବରୁ ଆତଙ୍କବାଦ ହଟାଇବାକୁ ହେଲେ ଭାରତକୁ ସହଯୋଗ କରିବାକୁ ଆନ୍ତାର୍ଜାତୀୟ ସ୍ତରରେ ଦାବି କଲେ ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଜେ.ପି. ସିଂହ। ସେ କହିଛନ୍ତି ଆତଙ୍କବାଦାର ମୂଳପୋଛ କରିବାକୁ ହେଲେ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ, ସାଜିଦ ମିର ଏବଂ ଜାକିର ରହମନ ଲାଖଭୀଙ୍କୁ ଭାରତକୁ ହସ୍ତାନ୍ତର କରାଯାଉ।
ଭାରତରେ ଘଟିଥିବା ୨୬/୧୧ ମୁମ୍ବଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ ଯେପରି ଭାବେ ଆମେରିକା ଭାରତକୁ ହସ୍ତାନ୍ତର କଲା ସେହିଭଳି ଭାବେ ପାକିସ୍ତାନ ଏହି କୁଖ୍ୟାତ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପଡ଼ିବ । ଆମେରିକା ଯଦି ଆମେରିକା ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ପାରୁଛି ତେବେ ପାକିସ୍ତାନ କାହିଁକି ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
📱 Get Argus News App
✨ସେ ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ମେଣ୍ଟ କରାଯିବା ଉଚିତ୍। ସେହିଭଳି ଅପରେସନ ସିନ୍ଦୂରକୁ ନେଇ କହିଛନ୍ତି, ଭାରତୀୟ ସେନା ସ୍ପଷ୍ଟ କରିଛି ଅପରେସନ ସିନ୍ଦୂର ସରିନାହିଁ। ଅପରେସନ ସିନ୍ଦୂରକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି। ଆତଙ୍କବାଦ ବିରୋଧରେ ଭାରତର ସଂଘର୍ଷ ଜାରି ରହିବ। ସେମାନେ ଯେଉଁଠି ବି ଲୁଚି ରହିଲେ ଖୋଜିଖୋଜି ନିପାତ କରାଯିବ। ଇସ୍ରାଏଲର ଏକ ଟିଭି ଚ୍ୟାନେଲକୁ ସାକ୍ଷାତାକାର ଦେଇ ଏମିତି କହିଛନ୍ତି ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଜେ.ପି. ସିଂହ।
ସିନ୍ଧୁ ଜଳ ଚୁକ୍ତିକୁ ନେଇ କହିଛନ୍ତି, ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ବଢାଇଥିଲା। ହେଲେ ଗତ କିଛି ବର୍ଷ ହେଲା ଦେଖିବାକୁ ମିଳୁଛି, ଆମେ ପାକିସ୍ତାନକୁ ପାଣି ଦେଉଛୁ, ପ୍ରତିବଦଳରେ ପାକିସ୍ତାନ ଆମକୁ ଆତଙ୍କବାଦ ଦେଉଛି। ଯାହାକୁ ନେଇ ଭାରତୀୟଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଯାହାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଏକା ସଙ୍ଗରେ ରକ୍ତ ଆଉ ପାଣି ବହି ପାରିବ ନାହିଁ।