Videos
|
National

ଯବାନଙ୍କ ଉପରେ ଆକ୍ରମଣର ପ୍ରତିଶୋଧ ନେଲା ଭାରତୀୟ ସେନା

Ritu Das
Browse all articles by Ritu Das
·2 years ago
ଯବାନଙ୍କ ଉପରେ ଆକ୍ରମଣର ପ୍ରତିଶୋଧ ନେଲା ଭାରତୀୟ ସେନା

ଅର୍ଗସ ବ୍ୟୁରୋ: ଯବାନଙ୍କ ଉପରେ ଆକ୍ରମଣର ପ୍ରତିଶୋଧ ନେଲା ଭାରତୀୟ ସେନା ।  ଘାଟିରେ ନିପାତ କଲା ଆତଙ୍କୀକୁ। ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀକୁ ସଫଳତା । ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ । ଆଜି ସକାଳେ କୁପୱାରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସକାଳ ସମୟରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ଏବେ ଯାଏଁ ଜଣେ ଆତଙ୍କୀ ନିପାତ ହୋଇଥିବା ଖବର ମିଳିଛି । 

କଶ୍ମୀରରେ ଗତ ୨୪ଘଣ୍ଟାରେ ଏହା ଦ୍ୱିତୀୟ ଏନକାଉଣ୍ଟର। ଗତ  ମଙ୍ଗଳବାର ଦିନ ଏଲଓସିରେ ପୁଞ୍ଚ ଜିଲ୍ଲାରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ସେନା ସହ ଗୁଳି ବିନିମୟ ହୋଇଥିଲା।  ଏଥିରେ ଜଣେ ଯବାନ ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ସହିଦ ହୋଇଥିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Indian army took | Argus News