Indian Army / ଆହୁରି ଶକ୍ତିଶାଳି ହେବ ଭାରତୀୟ ସେନା, ପ୍ରସ୍ତୁତ ହେଉଛି ଅଦ୍ଭୁତ ଅସ୍ତ୍ର !

Key Points
ବ୍ରିଟିସ ବାୟୁସେନାର ପାଇଲଟ ମାନଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପାଇଲଟ୍ ।
ଏକଥା ଆଉ କେହି ନୁହେଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।
ଆହୁରି ସଶକ୍ତ ହେବ ଭାରତୀୟ ସେନା । ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ପ୍ରସ୍ତୁତ ହୋଇଛି ସ୍ଵଦେଶୀ ସକ୍ଷମ୍ କାଉଣ୍ଟର୍ ଏରିୟାଲ୍ ଗ୍ରିଡ୍ ସିଷ୍ଟମ୍ । ଯାହା ଶତ୍ରୁଙ୍କ ଡ୍ରୋନକୁ ଖୋଜି ନିମିଷକରେ ନଷ୍ଟ କରିବ । ଏହା ଆକାଶରେ ୩ ହଜାର ମିଟର ଅର୍ଥାତ ୧୦ ହଜାର ଫୁଟ୍ ପର୍ଯ୍ୟନ୍ତ ସୁରକ୍ଷା ଦେବ । ଯାହାକୁ ଟାକ୍ଟିକାଲ୍ ବ୍ୟାଟଲ୍ ଫିଲ୍ଡ ସ୍ପେସ୍ କୁହାଯାଉଛି । ଭାରତରେ ନିର୍ମିତ ଏହି ସିଷ୍ଟମରେ ରାଡାର୍, ଇଲେକ୍ଟ୍ରୋନିକ୍ ଉପକରଣ ଓ ଅନ୍ୟାନ୍ୟ ଜିନିଷ ବ୍ୟବହାର ହୋଇଛି । ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଶତ୍ରୁ ଡ୍ରୋନ୍ରୁ ସୁରକ୍ଷା ଦେବ ମେଡ୍ ଇନ୍ ଇଣ୍ଡିଆ ଡିଫେନ୍ସ ସିଷ୍ଟମ ।
ଅନ୍ୟପଟେ ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନାର ଶକ୍ତିକଥା ସମଗ୍ର ବିଶ୍ବ ଦେଖିଥିଲା । ଏବେ ଭାରତୀୟ ବାୟୁସେନାର ସମ୍ମାନ ଆହୁରି ବଢିବାକୁ ଯାଉଛି । ବ୍ରିଟିସ ବାୟୁସେନାର ପାଇଲଟ ମାନଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପାଇଲଟ୍ । ଏକଥା ଆଉ କେହି ନୁହେଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।
ଗୁରୁବାର ବ୍ରିଟିସ୍ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ମୋଦୀ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି 'ଆମର ପ୍ରତିରକ୍ଷା ସହଯୋଗ ମଧ୍ୟ ବୃଦ୍ଧି ପାଇଛି। ଆମେ ପ୍ରତିରକ୍ଷା ସହ-ଉତ୍ପାଦନ ଏବଂ ଉଭୟ ଦେଶର ପ୍ରତିରକ୍ଷା ଶିଳ୍ପକୁ ସଂଯୋଗ କରିବା ଦିଗରେ ଅଗ୍ରସର ହେଉଛୁ। ପ୍ରତିରକ୍ଷା ସହଯୋଗକୁ ଆଉ ଏକ ପାଦ ଆଗକୁ ନେଇ, ଆମେ ସାମରିକ ତାଲିମ କ୍ଷେତ୍ରରେ ସହଯୋଗ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛୁ। ଏହି ଚୁକ୍ତି ଅନୁଯାୟୀ, ଭାରତୀୟ ବାୟୁସେନାର ଫ୍ଲାଇଂ ପ୍ରଶିକ୍ଷକମାନେ ୟୁକେର ରୟାଲ୍ ବାୟୁସେନାରେ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିବେ।'
ସେପଟେ ଭାରତ ଓ ବ୍ରିଟେନ ମଧ୍ୟରେ ଏକ ୪୬୮ ନିୟୁତ ଡଲାର ବା ୩୮୮୪ କୋଟି ଟଙ୍କାର ଏକ ପ୍ରତିରକ୍ଷା ଡିଲ୍ ସ୍ବାକ୍ଷରିତ ହୋଇଛି । ଏହି ଡିଲ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ହାଲକା ମଲ୍ଟିରୋଲ କ୍ଷେପଣାସ୍ତ୍ର ଯୋଗାଣ । ଏହି କ୍ଷେପଣାସ୍ତ୍ର ଆସିବା ପରେ ଭାରତୀୟ ସେନାର କ୍ଷମତା ବୃଦ୍ଧି ପାଇବ । କେବଳ ପଦାତିକ ବାହିନୀ ନୁହେଁ, ଏହାକୁ ବାୟୁସେନା ଓ ନୌସେନା ମଧ୍ୟ ଏହାକୁ ବ୍ୟବହାର କରିପାରିବ ।
ମାର୍ଟଲେଟ୍ସ ନାମକ ଏହି କ୍ଷେପଣାସ୍ତ୍ର ଏକ ଶକ୍ତିଶାଳୀ ପ୍ରେସିସନ ଗାଇଡେଡ୍ କ୍ଷେପଣାସ୍ତ୍ର । ରୁଷ ବିରୋଧରେ ବ୍ୟବହାର କରିବାକୁ ୟୁକ୍ରେନକୁ ଏହି କ୍ଷେପଣାସ୍ତ୍ର ପ୍ରଦାନ କରିଛି ବ୍ରିଟେନ ।
📱 Get Argus News App
✨Related Topics
Explore more stories