Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୋଦି ମୋଦି ନାରାରେ କମ୍ପିଲା ଗଗନ ପବନ

Manini Pattanayak
Browse all articles by Manini Pattanayak
·1 year ago·2 min read
ମୋଦି ମୋଦି ନାରାରେ କମ୍ପିଲା ଗଗନ ପବନ

ନୂଆଦିଲ୍ଲୀ:  ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ। ମୋଦି ମୋଦି ନାରାରେ କମ୍ପିଲା ଫିଲାଡେଲଫିଆରୁ ନ୍ୟୁୟର୍କ। କ୍ବାଡ୍ ସମ୍ମିଳନୀରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ବ।ଚୀନକୁ ଦେଲେ କଡ଼ା ଚେତାବନୀ। ଇଣ୍ଡୋ ପାସିଫିକ ଅଂଚଳରେ କାନସର୍ କେଆର୍ ଇନିସିଏଟିଭ୍ ପାଇଁ ସାଢ଼େ 7 ମିଲିଅନ୍ ଡଲାର ସହାୟତା ଘୋଷଣା କଲେ ପିଏମ୍। ଜାପାନ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କଲେ ମୋଦି।  ପ୍ରଥମ ଦିନରେ ରାଷ୍ଟ୍ରପତି ବାଇଡେନଙ୍କ ହୋମ୍ ଟାଉନ୍ ୱିଲମିଙ୍ଗଟନରେ ଆୟୋଜିତ କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ପିଏମ୍ ମୋଦି ।କ୍ବାର୍ଡ ଦେଶ ସମୂହ ସମେତ ପୁରା ବିଶଆବ ପାଇଁ ଦେଇଛନ୍ତି ଶାନ୍ତିର ସନ୍ଦେଶ..ଜେତେବେଳେ ପୁରା ବିଶଆବ ଏକ ଆଶାନ୍ତ ଏବଂ ବିବାଦୀଯ ପରିସ୍ଥିତି ଭିତରେ ଗତି କରୁଛି ସେପରି ସମଯରେ କ୍ବାର୍ଡର ଭୂମିକା ଆହୁରି ଅଧିକ ଗୁରୁତ୍ବପୂର୍ଣ ହୋଇ ଉଠିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

 ଭାରତ କାହାକୁ ବିରୋଧ କରେନି କିନ୍ତୁ  ସମସ୍ତେ ନିୟମ-ଆଧାରିତ ଆନ୍ତର୍ଜାତୀୟ ନିଷ୍ପତ୍ତି, ସାର୍ବଭୈାମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ରଖିବା ଉଚ୍ଚିତ୍ ବୋଲି କହି ଚୀନ୍ ର ଇଣ୍ଡୋପାସିଫିକ୍ ଅଂଚଳରେ ଚାଲିଥିବା ମନମାନି କୁ ନେଇ ଇସାରା ରେ ଚେତାବନୀ ଦେଇଛନ୍ତି ମୋଦି। ଏକ ସମୃଦ୍ଧ ଇଣ୍ଡୋ-ପାସିଫିକ୍ ହେଉଛି ଆମର ପ୍ରାଥମିକତା ବୋଲି କହିଛନ୍ତି । ୨୦୨୫ ରେ  କ୍ବାର୍ଡ ର ଆଯୋଜନ କରିବା ଭାରତ ପାଇଁ ଏକ ବଡ ଖୁସିର କଥା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।  ପ୍ରଧାନମନ୍ତ୍ରୀ ମୋଦି କାନସର୍ ମୁନ ସୁଟ ଇଭେଣ୍ଟ;ରେ ସର୍ଭିକାଲ କାନସର୍ ଭାକସିନ୍ ପ୍ରସ୍ତୁତ ଦିଗରେ ଭାରତର ସହଜୋଗିତା ବିଷଯରେ କହିଛନ୍ତି। ଏହା ସହିତ ଇଣ୍ଡୋ ପାସିଫିକ ଅଂଚଳରେ କାନସର୍ କେଆର୍ ଇନିସିଏଟିଭ୍ ପାଇଁ ୭.୫ ମିଲିଅନ୍ ଡଲାର ଦେବାର ଘୋଷଣା କରିଛନ୍ତି।  କ୍ବାର୍ଡ ସମିଟ୍ ପରେ ଜାପାନ ପ୍ରଧାନମନ୍ତ୍ରୀ ଫିମିଓ କିଶିଦା ଏବଂ ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆଲବାନିସ ଙ୍କ ସହ ମଧୂ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ।

  ଆମେରିକା ନିର୍ବାବାଚନ ପୂର୍ଇବରୁ ବାଇଡେନ୍ ଙ୍କ ସହ  ଏହା ଶେଷ କ୍ବାର୍ଡ ବୈଠକ ହୋଇଥିବା ବେଳେ   ଆଗକୁ କ୍ବାର୍ଡ ର ନେତୃତ୍ନ କୁ ନେଇ ଗଣମାଧମ ର ପ୍ରଶ୍ନ ରେ ମୋଦି ଙ୍କ କାନ୍ଧରେ ହାତ ରଖି  ଏହା ମୋଦିଙ୍କ ଦାଯିତ୍ନ ରେ ରହିଲା ବୋଲି କହିଥିଲେ ବାଇଡେନ। ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ପ୍ରବାସୀ ଭାରତୀଯ ମାନେ ଭବ୍ୟ ସ୍ବାଗ ତ କରିଛନ୍ତି...ମୋଦିଙ୍କ ଏକ ଝଲକ ଦେଖି ଅଭିଭୂତ ହୋଇଥିଲେ ପ୍ରବାସୀ ଭାରତୀଯ।  ନିଉଅର୍କର ଲଙ୍ଗ ଆଇଲାଣ୍ଡ ମୋଦି ପ୍ରବାସୀ ଭାରତୀଯ ଦ୍ବାରା ଆଯୋଜିତ ଇଭେଣ୍ଟରେ ସମ୍ବୋଧନ କରିବେ।   ଗସ୍ତର ଶେଷ ପର୍ଯ୍ୟାୟରେ ସେପ୍ଟେମ୍ବର ୨୩ ରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ  FUTURE SUMMIT’କୁ ସମ୍ବୋଧିତ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ ବିକଶିତ ଭବିଷତ ପାଇଁ ବହୁପାକ୍ଷିକ ସମାଧାନ ଆଣିବା ଏହି ସମିଟ୍ ର ଲକ୍ଷ ରହିଛି..ତେବେ ୨୦୨୫ରେ ଜାତିସଂଘର ୮୦ ବର୍ଷ ପୂରଣ ହେବାକୁ ଜାଉଥିବା ବେଳେ ସମିଟ୍ ଅଫ୍ ଦ ଫୂଚର ଗୁରୁତ୍ବ ବହନ କରୁଛି। ରୁଷ ଯୁକ୍ରେନ ଗସ୍ତରେ ଶାନ୍ତିର ବାର୍ତ୍ା ଦେବା ପରେ ମୋଦିଙ୍କ ଆମେରିକା ଗସ୍ତ ଉପରେ ପୁରା ବିଶଆବ ସମଦାଯର ନଜର.. ବିଶ୍ବର କଲ୍ୟାଣ ପାଇଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ ଷ୍ଟ୍ରାଟେଜିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ନୂତନ ପଥ ସମୀକ୍ଷା ଏବଂ ଚିହ୍ନଟ କରିବା ଆମର ୱୁ ଠାରୁ ବଡ ଲକ୍ଷ ବୋଲି କ୍ବାର୍ଡ ସମିଟ୍ ରେ କହିଥିଲେ ମୋଦି। ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି । ଇତିହାସରେ ଯେ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଏହି ସମ୍ପର୍କ ଅତି ନିବିଡ଼ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । 
ଅଧିକ ପଢନ୍ତୁ ଭାରତ ଖବର 

Sponsored
The Indian diaspora in Delaware was buzzing with excitement as they welcome PM Modi. | Argus News